ଆନ୍ଧ୍ରପ୍ରଦେଶରେ ତିତଲି ନେଲା ୮ ଜୀବନ

ବାତ୍ୟା ଖବର
  • 2018-10-11 12:06:28
  • 251

କାନଭାସ୍ ଓଡିଶା(ବ୍ୟୁରୋ) : ଶ୍ରୀକାକୁଲମ୍‌, ଦୁଇ ଦିନ ଧରି ଭୟଙ୍କର ରୂପ ସାଜିଥିବା ତିତଲିକୁ ନେଇ ଓଡିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗର ଜନସାଧାରଣ ବହୁତ ଭୟଭିତ ଥିଲେ । ସମସ୍ତ ରାଜ୍ୟ ଏହି ଭୟଙ୍କରୀ ବାତ୍ୟାକୁ ମୁକାବିଲା କରିବା ପାଇଁ ରାତିଦିନ ଏକ କରିଦେଇଥିଲେ । ତେବେ ତିତଲିର ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆନ୍ଧ୍ରପ୍ରଦେଶ । ପ୍ରଥମେ ଏହା ସ୍ଥଳଭାଗ ଛୁଇଁବା ବେଳକୁ ୧୪୦ରୁ୧୫୦ କିଲୋମିଟର ବେଗରେ ପବନ ବହିବା ସହିତ ଲଗାଣ ବର୍ଷା ହୋଇଥିଲା । ଯାହା ଫଳରେ ବିରାଟକାୟ ଗଛ ଉପୁଡି ପଡିବା ସହିତ ଚାଳ ଛପର ଓ ଆଜବେଟସ୍ ଘରର ଛାତ ଉଡି ଯାଇଥିଲା । ବିଶେଷ ସୂଚନା ଅନୁସାରେ ଆନ୍ଧ୍ରରେ ୮ଜଣଙ୍କର ଏହି ବାତ୍ୟା କାରଣରୁ ମୃତ୍ୟୁ ଘଟିଛି । ରାସ୍ତା, ଟ୍ରେନ ଲାଇନରେ ଗଛ ପଡିଯାଇଥିବାରୁ ସାଧାରଣ ଜୀବନଯାତ୍ରାରେ ବ୍ୟାହତ ସୃଷ୍ଟି ହୋଇଥିଲା ।