ଏମଭି ୭୯ରେ ନବରାତ୍ରୀ ପୂଜା ଆରମ୍ଭ

ପୂଜାପାର୍ବଣ
  • 2018-10-11 04:27:52
  • 263

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି, ଆସିଛି ପାର୍ବଣ । ଧରାପୃଷ୍ଠକୁ ଆସୁଛନ୍ତି ମହିଷାମର୍ଦ୍ଦିନୀ ମା’ ଅମ୍ବିକା । ନବରାତ୍ରୀ ଦୂର୍ଗାପୁଜା କୁ ନେଇ ଉତ୍ସବ ମୁଖର ଏବେ ଏମଭି 79 ଅଞ୍ଚଳ । ଶାରଦୀୟ ପୂଜାକୁ ସରସ ସୁନ୍ଦର କରାଯାଇଛି । ଶକ୍ତିପୀଠରେ ଶକ୍ତିସୂରୁପିଣୀଙ୍କ ଶୋଡଷ ବିଧି ଚାଲିଥିବା ବେଳେ ମଣ୍ଡପରେ ମା’ଙ୍କ ମୂର୍ଣ୍ମୟୀ ମୂର୍ତ୍ତି ଆଜି ମା ସୈ ଲ ପୁତ୍ରୀ ରୂପେ ପୂଜା ପାଇଲେ । ସୁନ୍ଦର ମୂର୍ତ୍ତି ସାଙ୍ଗକୁ ସୁଉଚ୍ଚ ତୋରଣ ଓ ଆଲୋକ ସାଜସଜା ଉପରେ ଗୁରୁତ୍ୱ ଦେଇଛି ଏମଭି 79 ପୂଜା କମିଟି।ଆଜି ଠାରୁ ଏମଭି-୭୯ ସ୍ଥିତ ଦୁର୍ଗାମଣ୍ଡପ ଠାରେ ଆୟୋଜିତ ହୋଇଯାଉଛି ଶ୍ରୀମଦ ଭାଗବତ କଥା ଏବଂ ପ୍ରବଚନ କାର୍ଯ୍ୟକ୍ରମ।ଦୀର୍ଘ ଦୁଇବର୍ଷ ଧରି ଏହି ଦୁର୍ଗାମଣ୍ଡପ ପରିସରରେ ବୃନ୍ଦାବନ ବାସୀନୀ ଦୀପା କିଶୋରୀଙ୍କ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଆସୁଛି ।ଆଜି ସକାଳୁ ଶତାଧିକ ମହିଳା ଏବଂ ପୁରୁଷ ମାନେ ମୋଟୁ ସ୍ଥିତ ତ୍ରିବେଣୀ ସଙ୍ଗମ ସ୍ଥଳରୁ ପବିତ୍ର ଜଳ ଆଣି କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ପୂଜାଅର୍ଚନା କରିଥିଲେ । ଏହି ଭାଗବତ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ କରି 6 ଦିନ ପର୍ଯନ୍ତ  ଆୟୋଜିତ କରାଯିବ ।ସୂଚନାଯୋଗ୍ୟ ଯେ ଆଜିଠୁ ଏହି ଭାଗବତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏମଭି-୭୯ ର ମାର୍କେଟରେ ସମସ୍ତେ ଆମିଷ ଭଙ୍ଖନ ଛାଡି ଦେଇଛନ୍ତି । ଏବଂ ମାଛ,ମାଂସ ଏକ ପ୍ରକାର ବଜାରରୁ ଉଭା ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଭାରି ସଂଖ୍ୟାରେ ଲୋକଙ୍କ ଭିଡ ହୋଇଥିବା ଦେଖିବାକୁ ମିଳିଛି । ଏହି ଭିଡକୁ  ଦୃଷ୍ଟିରେ ରଖି ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । REPORT- SURAJ KUMAR BEHERA, MALKANGIRI, ID NO- CO003