ବିପୁଳ ପରିମାଣର ମାଓ ବିଷ୍ଫୋରକ ଜବତ

ଅପରାଧ
  • 2018-10-11 03:29:15
  • 252

କାନଭାସ୍ ଓଡିଶା(ବ୍ୟୁରୋ) : ସମ୍ବଲପୁର ଜିଲ୍ଲାର ଜମେନକିରା ଥାନା ଅନ୍ତର୍ଗତ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଗତକାଲି ସିଆରପିଏଫ୍ ଜବାନ ମାନଙ୍କ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀ ମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିଷ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି ସିଆରପିଏଫ ଜବାନ ମାନେ । ସେଥିମଧ୍ୟରେ ୪୯ଟି ଜିଲୋଟିନ୍, ୪୫ଟି ବୈଦ୍ୟୁତିକ ଡିଟୋନେଟର, ଗୋଟିଏ ୧୨ ଭୋଲଟର ବ୍ୟାଟେରୀ, ୨ଟି ଟର୍ଚ୍ଚ ଲାଇଟ୍,୫ଟି ପେନସିଲ୍ ବ୍ୟାଟେରୀ, ୧ଟି ନୋକିଆ ଚାର୍ଜର, ୫ମିଟର ପତଳା ତମ୍ବା ତାର, ୧୩ଲିଟର ଗୋଟିଏ ପ୍ଲାଷ୍ଟିକ କଣ୍ଟେନର, ୩ମିଟର କଳା ପଲିଥିନ ଜରି, ୧୨ଫୁଟର ଲୁହା ତାର, ବ୍ୟାଣ୍ଡେଜ ଏବଂ ଔଷଧପତ୍ର । ତେଣୁ ଏଗୁଡିକୁ କୈାଣସି ଧ୍ୱଂସାତ୍ମକ କାଣ୍ଡ ଭିଆଇବା ପାଇଁ ଲୁଚାଇ ରଖାଯାଇଥିଲା ବୋଲି ସନ୍ଦେହ କରାଯାଉଛି । ଏଏସପି ସମ୍ବଲପୁର ବି.ତାମାଙ୍ଗ, ସିଆରପିଏଫ ୧୨ବାଟାଲିୟନର ସେକେଣ୍ଡ କମାଣ୍ଡ ଆଲୋକ ଅଗସ୍ଥି, ଅଶୋକ ମହାନ୍ତି, ଇନ୍ସପେକ୍ଟର ହୀରା ରାମ ଏବଂ ଜମନକିରା ଆଇଆଇସି ପ୍ରଶାନ୍ତ କୁମାର ମେହେରଙ୍କ ଉପସ୍ଥିତିରେ ମାଓ ସାମଗ୍ରୀ ସବୁ ଜବତ କରାଯାଇଥିଲା । ତେବେ ଏତେ ପରିମାଣର ବିଷ୍ଫୋରକ ମିଳିବା ଏହି ଅଞ୍ଚଳରେ ପ୍ରଥମ ଘଟଣା । ତେବେ କାହିଁକି ଆଉ କେଉଁ କାରଣରୁ ମାଓବାଦୀମାନେ ଏତେ ପରିମାଣର ସାମଗ୍ରୀ ଗଚ୍ଛିତ କରି ରଖିଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ । କିଛି ଗୋଟେ ବଡ ଧରଣର ଅଘଟଣ ଘଟିବା ପୂର୍ବରୁ ସିଆରପିଏଫର ଜବାନ ମାନଙ୍କ ଦ୍ୱାରା ମାଓ ସାମଗ୍ରୀ ଠାବ କରା ଯାଇ ଥିବାରୁ ସମସ୍ତେ ପୋଲିସକୁ ସାଧୁବାଦ ଜଣାଇଛନ୍ତି । ପୋଲିସ ପକ୍ଷରୁ ଆଗକୁ ଅପରେସନ ଜାରି ରହିବ ବୋଲି ଜଣାପଡିଛି ।