‘ତିତଲି’ ପାଇଁ ରାଜ୍ୟ କଂଗ୍ରେସ ଖୋଲିଲା ଜରୁରୀ କାଳୀନ ସେବା ପ୍ରକୋଷ୍ଠ

ବାତ୍ୟା ଖବର
  • 2018-10-10 15:44:30
  • 412

କାନଭାସ୍ ଓଡିଶା(ବ୍ୟୁରୋ) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଭୟଙ୍କର ବାତ୍ୟା ସମ୍ଭାବନାକୁ ଆଖି ଆଗରେ ରଖି ଆଜି ଠାରୁ ୭ଦିନ ବ୍ୟାପି ୨୪ଘଣ୍ଟିଆ ‘ଜରୁରୀ କାଳୀନ ସେବା ପ୍ରକୋଷ୍ଠ’ “Emergency Help Cell” ଖୋଲାଯାଇଅଛି । ଉକ୍ତ ପ୍ରକୋଷ୍ଠ ଦାଇତ୍ୱରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଜାନକି ବଲ୍ଲଭ ପଟ୍ଟନାୟକଙ୍କୁ ସଂଯୋଜକ ରୂପେ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟିର ସଂପାଦକଦ୍ୱୟ ସର୍ବଶ୍ରୀ ପଦ୍ମାକର ଗୁରୁ, ରସିକ ପଟ୍ଟନାୟକ, କଂଗ୍ରେସ ନେତା ରବିନ୍ଦ୍ର ଆଚାର୍ଯ୍ୟ, ଅଲେଖ ସାମଲ, ମାନସ ଆଚାର୍ଯ୍ୟ ଓ ଲିଙ୍ଗରାଜ ସାହୁଙ୍କୁ ସହ ସଂଯୋଜକ ଭାବେ ଦାୟିତ୍ୱଭାର ଦିଆଯାଇଥିବା ଓଡିଶା କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହା ଦ୍ୱାରା ବାତ୍ୟାରେ ପ୍ରଭାବିତ ଜନସାଧାରଣଙ୍କ ସମସ୍ତ ଆପତ୍ତି, ଅଭିଯୋଗ ଓ ପରାମର୍ଶକୁ ଆଧାରକରି କଂଗ୍ରେସ ଦଳ ଯଥାସମ୍ଭବ ସମସ୍ୟାର ନିରାକରଣ କରିବା ଲାଗି ସହଯୋଗ ଜାରି ରଖିବ ବୋଲି କମିଟି ପ୍ରକାଶ କରିଛି । କଂଗ୍ରେସ କମିଟି ପକ୍ଷରୁ ୨୪ଘଣ୍ଟିଆ "HELP LINE" ନମ୍ବର ଜାରି କରାଯାଇଛି ସେଗୁଡିକ ହେଲା..... ୭୬୦୯୮୫୨୧୩୧, ୮୮୯୫୨୦୩୦୦୧, ୯୮୬୧୦୧୧୯୬୨, ୭୦୦୮୭୯୯୩୬୪, ୯୩୪୮୧୬୧୬୩୩, ୮୮୪୭୮୫୮୦୨୦,୯୯୩୭୯୪୮୮୬. ୯୨୩୭୦୧୦୯୩୯ ।