ବିଜୁ ପକ୍କାଘର ଓ ମଧୁବାବୁ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମ

ରାଜ୍ୟ ଖବର
  • 2018-10-09 20:15:50
  • 415

କାନଭାସ୍ ଓଡିଶା(ବ୍ୟୁରୋ) : ଖୋରଧା ଜିଲ୍ଲା ଟାଙ୍ଗି ବ୍ଲକରେ ବିଜୁପକ୍କାଘର ଓ ମଧୁବାବୁ ପେନସନ୍ ବଣ୍ଟନ ଶିବିର ବ୍ଲକ ଅଧ୍ୟକ୍ଷ ବିଜୟ ଜେନାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଖୋରଧା ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲାପରିଷଦ ସଭ୍ୟା ରେସ୍ମା ମାନ୍ଧାତା, ସ୍ୱଦେଶ ରାଉତରାୟ, ସାଂସଦ ପ୍ରତିନିଧି ପବିତ୍ର ପାଇକରାୟ ଉପସ୍ଥିତ ରହି ବ୍ଲକରେ ୮୮୫ଜଣଙ୍କୁ ବିଜୁ ପକ୍କାଘର କାର୍ଯ୍ୟଦେଶ ବଣ୍ଟନ ସହ ୫୦ରୁଉଦ୍ଧ୍ୱର୍ ବିକଳାଙ୍ଗଙ୍କୁ ଟ୍ରାଏ ସାଇକେଲ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଟାଙ୍ଗିବ୍ଲକ ବିଡିଓ ଭାସ୍କର ରହିତ ଓ ଏସିଓ ସଂଯୋଜନା କରିଥିଲେ । ଆଗାମୀ ଦିନରେ ଆହୁରି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଜଣାଇଛନ୍ତି । REPORT- SHANKAR BEHERA, TANGI ID NO- CO002