ଅମର ସ୍ମୃତି ପରିଷଦ ପକ୍ଷରୁ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତି ପାଳିତ

କଳା-ସଂସ୍କୃତି
  • 2018-10-09 19:56:30
  • 238

କାନଭାସ୍ ଓଡିଶା(ବ୍ୟୁରୋ) : ଅମରସ୍ମୃତି ପରିଷଦଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳିତ ହୋଇଯାଇଅଛି । ସଭାର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଶ୍ରୀଚନ୍ଦନ ସଭାପରିଚାଳନା କରିଥିଲେ । ଏବଂ ଅତିଥି ରୂପେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ଗଙ୍ଗାଧର ସାହୁ, ଶ୍ରୀ ଗୋବିନ୍ଦଚନ୍ଦ୍ର ସାହୁ, ରାଜକିଶୋର ରଣସିଂହ, ଶ୍ରୀଯୁକ୍ତ ସୁକାନ୍ତ କୁମାର ଦାସ ଏବଂ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଯୋଗଦାନ କରିଥିଲେ । ସମସ୍ତ ଅତିଥିମାନଙ୍କର ଛାତ୍ରମାନଙ୍କ ପ୍ରତି ଉତ୍ତମଶିକ୍ଷା, ସମାଜସେବା, ମାନବବାଦୀ ରକ୍ଷା ହୋଇପାରିବ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ସଭାପତି ଶ୍ରୀଯୁକ୍ତ ସୁଶୀଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । REPORT- SHANKAR BEHERA, TANGI ID NO- CO002