ମାଲକାନଗିରି ଜିଲ୍ଲାରେ ଆଜିବି ଗର୍ଭବତୀ ଅସୁରକ୍ଷିତ

EXCLUSIVE
  • 2018-10-09 05:01:36
  • 449

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି, ଚିତ୍ରକୋଣ୍ଡା ବ୍ଲକରେ ଦେଖିବାକୁ ମିଳିଛି ସରକାରଙ୍କ ବାସ୍ତବ ଯୋଜନାର ପୁଣି ଏକ ନଗ୍ନ ଚିତ୍ର । ଜନନୀ ଯନ୍ତ୍ରଣାର ପୁଣି ଗୋଟିଏ ବିକଳ ଚିତ୍ର । ଶୋଚନୀୟ ରାସ୍ତା ଯୋଗୁଁ ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚର ପରେ ବାଇକ ଯୋଗେ ମେଡିକାଲକୁ ନିଆଯାଇଥିଲା । ଅନ୍ୟପକ୍ଷରେ ବାରମ୍ବାର ଏପରି ଘଟଣା ଜିଲ୍ଲାର ନକରାତ୍ମକ ଚିତ୍ରକୁ ପଦାରେ ପକେଇ ଦେଇଛି । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଦର ପଞ୍ଚାୟତର ପାବଲିଗୁଡା ଗ୍ରାମର ପାର୍ବତୀ ଖରାଙ୍କ ସକାଳେ ପ୍ରସବ ବେଦନା ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାକର୍ମୀ, ମାତୃ ଗୃହ କର୍ମୀ ଓ ଏଏନଏମଙ୍କୁ ଅବଗତ କରାଇଥିଲେ । ସ୍ୱାସ୍ଥ୍ୟକର୍ମୀ ପହଞ୍ଚି ଅବସ୍ଥା ବିଗୁଡିଥିବାର ଦେଖି ଚିନ୍ତାରେ ପଡି ଯାଇଥିଲେ । ଗାଁକୁ ରାସ୍ତା ନଥିବା ବେଳେ ଟେଲିଫୋନ ନେଟୱର୍କ ନଥିବାରୁ ଅନ୍ୟ କାହାକୁ ଯୋଗାଯୋଗ କରିପାରି ନଥିଲେ । ଶେଷରେ ବାଧ୍ୟ ହୋଇ ଗୋଟିଏ ଷ୍ଟ୍ରେଚର ସାହାଯ୍ୟରେ ଆବୁଡା ଖାବୁଡା ରାସ୍ତାରେ ଦୀର୍ଘ ବାଟ ଅତିକ୍ରମ କରିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ । ସେଠାରୁ ପୁଣି ଏକ ମୋଟରସାଇକେଲ ସାହାଯ୍ୟରେ ଚିତ୍ରକୋଣ୍ଡା ମେଡିକାଲକୁ ନିଆଯାଇଥିଲା । ଗଣମାଧ୍ୟମରେ ବାରମ୍ବାର ଗର୍ଭବତୀଙ୍କୁ ବୋହି ନେବା ସଂପର୍କରେ ଖବର ପ୍ରସାରିତ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କି ସ୍ୱାସ୍ଥ୍ୟବିଭାଗ କୈାଣସି ପଦକ୍ଷେପ ନେଉ ନାହାନ୍ତି । ଅନ୍ୟପଟେ ବିକାଶର ନାରା ଦେଉଥିବା ସରକାରଙ୍କ କୋଟି କୋଟି ଅନୁଦାନ ମିଳୁଥିଲେ ସୁଦ୍ଧା ନକ୍ସଲ ପ୍ରବଣ ଅଞ୍ଚଳ ଯୋଗୁଁ କାମବି ଠିକସେ ହୋଇପାରୁନାହିଁ । REPORT- SURAJ KUMAR BEHERA, MALKANGIRI, ID NO- CO003