ଜି.ସି.କଲେଜର ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନୀତି
  • 2018-10-08 19:43:02
  • 243

କାନଭାସ୍ ଓଡିଶା(ବ୍ୟୁରୋ) : ଯାଜପୁର ଜିଲ୍ଲା ବରୀ ଗୋପବନ୍ଧୁ ଚୈାଧୁରୀ କଲେଜର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦିଆଯାଇଅଛି । ଯାହାକୁ ନେଇ ଆଜି କଲେଜ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଆଶାୟୀ ପ୍ରାର୍ଥୀଙ୍କ ସହ ଛାତ୍ରଛାତ୍ରୀ ମାନେ କଲେଜ ଫାଟକ ସମ୍ମୁଖରେ ଟାୟାର ଜାଳି ସ୍ଥାନୀୟ ବିଜେଡି ବିଧାୟକ ଏବଂ ବରୀ ବ୍ଲକ ବିଜେଡି ସଭାପତିଙ୍କ ପ୍ରରୋଚନାରେ କଲେଜ ନିର୍ବାଚନକୁ ବନ୍ଦ କରାଯାଇଥିବା ନେଇ ସେମାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ଛାତ୍ରଛାତ୍ରୀ ମାନେ । କିଛି ଦିନ ତଳେ ଅଧ୍ୟକ୍ଷଙ୍କ ଅଫିସ ସାମ୍ନାରେ କିଛି କଲେଜ ଛାତ୍ର ବ୍ୟାପକ ଭଙ୍ଗାରୁଜା କରିଥିଲେ, ଯାହାକୁ ନେଇ କଲେଜ ପରିସରରେ ନିର୍ବାଚନୀ ଉଷ୍ମତା ଦେଖାଦେଇଥିଲା । ଗତକାଲି କଲେଜ ପରିସରରୁ ଅଫୁଟା ବୋମା ମିଳିବା ଘଟଣାକୁ ଆଉ ଏକ ମୋଡ ନେଇଥିଲା, ବିଧିବଦ୍ଧ ଭାବେ କଲେଜ ପରିସରରେ କର୍ମଚାରୀ ବୈଠକ ବସିବା ପରେ ନିର୍ବାଚନ ବାତିଲ ପାଇଁ ଚିଠି ନଂ୧୪୮ରେ ଦର୍ଶାଯାଇଥିଲା ଯେ ଚଳିତ ବର୍ଷ ହେବାକୁଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦିଆଯାଇଅଛି ।