ଚିଲିକାରୁ ଘେରି ଉଛେଦ କରିବା ନେଇ ମତ୍ସଜୀବୀ ସଂଘର ବୈଠକ

ରାଜ୍ୟ ଖବର
  • 2018-10-08 19:03:11
  • 422

କାନଭାସ୍ ଓଡିଶା(ବ୍ୟୁରୋ) : ଚିଲିକା ମତ୍ସଜୀବୀ ମହାସଂଘ ତରଫରୁ ଚିଲିକା ବ୍ଲକ ସୋରଣ ଗ୍ରାମରେ ଚିଲିକାରୁ ଘେରି ଉଛେଦ ସଂପର୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହା ଛଡା ଚିଲିକା ନିକଟରେ ବେଆଇନ ଭାବେ ବେନାମି ଚିଙ୍ଗୁଡି ଚାଷକୁ ନେଇ ପ୍ରଶାସନ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ସୋରଣ ଗ୍ରାମ କମିଟି ସଭାପତି କିଶୋର ବେହେରାଙ୍କ ସଭାପତିତ୍ୱରେ ବୈଠକ ଡକାଯାଇଥିଲା । ପ୍ରଶାସନ ଚିଲିକାରୁ ଘେରି ଉଛେଦ କରୁଥିବା ବେଳେ ଚିଲିକାର ଚାରିପଟେ ଘେରି ପରିପୂର୍ଣ୍ଣ । ଯାହାଫଳରେ ଚିଙ୍ଗୁଡି ମାଫିଆଙ୍କ ସହିତ ପ୍ରଶାସନର ମଧୁଚନ୍ଦ୍ରିକା ଏକ ନିନ୍ଦନୀୟ । ଏତତ୍ ବ୍ୟତିତ ଚିଲିକାକୁ ଲାଗି ହଜାର ହଜାର ଏକର ବେନାମି ଚିଙ୍ଗୁଡି ଚାଷ ପାଇଁ ଯେଉଁ ରାସାୟନିକ ଔଷଧ ପ୍ରୟୋଗ ହେଉଛି ସେଥିରେ ଚିଲିକା ପାଣି ଦୂଷିତ ହେବା ସହ ମାଛ ନଷ୍ଟ ହେଉଛନ୍ତି । ଏହାକୁ ବନ୍ଦ କରିବା ନେଇ ମତ୍ସ୍ୟଜୀବୀ ସଂଘ ମୁଣ୍ଡ ଟେକିଛି । ଆଗାମି ଦିନରେ ପ୍ରଶାସନ ଏହାକୁ ଦୃଷ୍ଟି ନଦେଲେ ସଂଘ ତରଫରୁ ଆଇନକୁ ହାତକୁ ନେଇ ଚାଷ ବନ୍ଦ କରିବା ସହିତ ଘେରୀ ଉଛେଦ କରିବେ ବୋଲି କହିଛନ୍ତି ସଂଘ ସଭାପତି । REPORT- SHANKAR BEHERA, TANGI ID NO- CO002