ଅତିଷ୍ଠ କଲାଣି ମାଓ ହିଂସା, ଭିଟାମାଟି ଛାଡୁଛନ୍ତି ଯୁବକ ଯୁବତୀ

ତାଜା ଖବର
  • 2018-10-07 19:49:45
  • 423

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି: ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ଆତଙ୍କ । ମାତିଲି ଥାନା ଅନ୍ତର୍ଗତ ତୁଳସୀ ଗାଁ ଦରଭା ମାଓ ସଙ୍ଗଠନ ପୁଣି ସକ୍ରିୟ ହୋଇଉଠିଛି । ଯାହାକୁ ସହି ନପାରି ଗାଁ ଛାଡିଛନ୍ତି ପ୍ରାୟ 10ରୁ15 ଜଣ ଯୁବକ ଯୁବତୀ । ସୂଚନା ଅନୁଯାୟୀ ଏହି ମାଓ ସଙ୍ଗଠନର ପ୍ରତିଦିନ ବୈଠକରେ ସାଧାରଣ ଲୋକମାନଙ୍କୁ ମାଓ ସଙ୍ଗଠନରେ ଯୋଡି ହେବାକୁ ବାଧ୍ୟ କରାଯାଉଛି । ଯଦି କେହି ଅନିଛା ପ୍ରକାଶ କରୁଛନ୍ତି ତେବେ ସେମାନଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଫଳରେ ଭୟଭୀତ ହୋଇଛନ୍ତି ଗ୍ରାମବାସୀ । କିନ୍ତୁ ମାଓ ହିଂସା ସହି ନପାରି ପାଠ ପଢି ଭଲ ଜୀବନଟିଏ ଅତିବାହିତ କରିବା ଉଦ୍ଦେଶ୍ୟରେ ଭିଟାମାଟି ଛାଡୁଛନ୍ତି ଅନେକ ଯୁବତ ଯୁବତୀ । ତେବେ ଛତିଶଗଡ-ଓଡିଶା ସୀମାନ୍ତ ଅଞ୍ଚଳରେ ଏହି ଘଟଣା କିଛି ନୂଆ ନୁହେଁ । କାରଣ ପୂର୍ବରୁ ମଧ୍ୟ ଅନେକ ପରିବାର ମାଓ ସଙ୍ଗଠନର ଡରରେ ଗାଁ ଛାଡି ଯାଇ ସାରିଛନ୍ତି । ଏନେଇ ପୋଲିସ ପାଖରେ ସମସ୍ତ ଖବର ଥାଇ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କୁମ୍ବିଂ ଅପରେଶନ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ସଠିକ୍‌ ପ୍ରମାଣ ନଥିବାରୁ କୌଣସି ପଦକ୍ଷେପ ନିଆଯାଇପାରୁନଥିବା ମାତିଲି ଥାନା ଅଧିକାରୀ କହିଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003