ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତା ଅବସ୍ଥା ସୁଧୁରିନି

ରାଜ୍ୟ ଖବର
  • 2018-10-07 19:43:22
  • 239

କାନଭାସ୍ ଓଡିଶା(ବ୍ୟୁରୋ) : ବାତ୍ୟା ଡାଏ ପ୍ରଭାବରେ ମାଲକାନଗିରି ଜିଲା କାଲିମେଳା ବ୍ଲକରେ ବ୍ୟାବକ କ୍ଷୟକ୍ଷତି ହୋଇଥିଲା । ମାନୁମକୋଣ୍ଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବା ଫଳରେ ଅନେକ ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଏହା ଏବେ ମଧ୍ୟ ଜାରି ରହିଛି । ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମାଙ୍ଗିପାଲିଠାରୁ ପଟେରୁ ବ୍ଲକ ଗଁ। ରାସ୍ତାର ମଧ୍ୟ ଭାଗରେ ୧୦୦ ମିଟର ରାସ୍ତା ବନ୍ୟା ପାଣିରେ ଧୋଇ ହୋଇ ନଷ୍ଟ ହୋଇଯାଇଛି । ଏଥିଯୋଗୁ ପୋଟେରୁ ସିଙ୍ଗରାଜଖୋଣ୍ଟା ଗ୍ରାମର ୫ ହଜାର ରୁ ଊର୍ଦ୍ଧ୍ୱ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହୋଇଥିବା ବାଞ୍ଝିଗୁଡାଠାରୁ ଏମପିଭି-୪୨ ରାସ୍ତା ମଧ୍ୟ  ସମାନ ଅବସ୍ଥା। ଅନ୍ୟଏକ ରାସ୍ତା ପିଣ୍ଡିକୋଣ୍ଡା ରାସ୍ତା ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ତୁରନ୍ତ ମରାମତି କରିବାକୁ ମାନ୍ୟମକୋଣ୍ଡା ସରପଞ୍ଚ ହରି ଗୋଲରି, ମାରି ପାପାୟା, ଧର୍ମୁ ଜଗା, କୁଞ୍ଜ ହିରା ପ୍ରମୁଖ ଦାବି କରିଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003