ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣୁଛି ସୁରଭି

ଶିକ୍ଷା
  • 2018-10-07 19:33:13
  • 405

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲା କାଲିମେଳାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ବ୍ଲକ କଲୋନୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୨୧ଟି ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ପ୍ରଥମେ ପଞ୍ଚାୟତସ୍ତରୀୟ ସୁରଭିରେ ଭାଗ ନେଇ ସେଠାରୁ ଚୟନ ହେବା ପରେ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ସାମିଲ ହୋଇଥିଲେ । ପ୍ରତି ପଞ୍ଚାୟତରରୁ ୧୦ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ନେଇ ସଙ୍ଗୀତ, ଚିତ୍ରାଙ୍ଗନ, ତର୍କ, ସୃଜନାତ୍ମକ ଲିଖନ, ଶ୍ରୁତ ଲିଖନ, ବକ୍ତୃତା, କୁଇଜ, ରଚନା ଆଦି ପ୍ରତିଯୋଗିତା ହୋଇଥିଲା । ପ୍ରତ୍ୟେକ ବିଭାଗରେ ପ୍ରଥମ ବଛାଯାଇ ପୁରସ୍କାର ପ୍ରଦାନ କରାଯିବା ସହ ଅନ୍ୟମାନଙ୍କୁ ସ୍ବାନ୍ତନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । କନିଷ୍ଠ ବିଭାଗରେ ୫ ଜଣ ଓ ବରିଷ୍ଠ ବିଭାଗରେ ୫ ଜଣଙ୍କୁ ଚୟନ କରାଯାଇଛି । ଏବିଇଓ ରବିନ୍ଦ୍ର ନାଥ ଧରଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ସାହୁ ମୁଖ୍ୟଅତିଥି ଭାବେ ଉପସ୍ଥିତ ଥିଲେ । ଅସିତ ମିସ୍ତ୍ରୀ, ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଧ୍ରୁବ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ସ୍ତରରେ ଚୟନ ହୋଇଥିବା ଛାତ୍ରୀଛାତ୍ର ଆସନ୍ତା ୨୭ରେ  ହେବାକୁ ଥିବା ଜିଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ । REPORT- SURAJ KUMAR BEHERA, MALKANGIRI, ID NO- CO003