ଖାଦ୍ୟ ସୁରକ୍ଷା ଯୋଜନାରେ ୩୩୭ ହିତାଧିକାରୀଙ୍କୁ ମିଳିଲା କାର୍ଡ

ରାଜ୍ୟ ଖବର
  • 2018-10-07 19:26:38
  • 409

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲା ଖଇରପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି । ଏଥିରେ ୩୩୭ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା, ନବରଙ୍ଗପୁର ଏମ୍‌ପି ପ୍ରତିନିଧି ସାଧୁ ହନ୍ତାଳ, ବ୍ଲକ ଅଧ୍ୟକ୍ଷା କୁମୁଦିନୀ କିର୍ସାନୀ, ଜିଲା ପରିଷଦ ସଭ୍ୟା ମହିନୀ ସଗର, ବ୍ଲକ ଉପାଧ୍ୟକ୍ଷା ଗୀତାରାଣି ଭତ୍ରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିଥିବା ହିତାଧିକାରୀ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । କୌଣସି ଗରିବ ପରିବାର ଭୋକରେ ରହିବେ ନାହିଁ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଖଇରପୁଟ ବ୍ଲକରେ ୪୫୭ ହିତାଧିକାରୀମାନଙ୍କ ମଧ୍ୟରୁ ୩୩୭ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା । ସେଥିରୁ ବଡ଼ଡୁରାଲ ପଞ୍ଚାୟତର ୧୭, ଅଣ୍ଡ୍ରାହାଲ ପଞ୍ଚାୟତରୁ ଜଣେ, ଗୋବିନ୍ଦପାଲିରୁ ୫୦, ଖଇରପୁଟରୁ ୧୫, ମୁଦୁଲିପଡା ୬, ପୋଡଘାଟାରୁ ୮, ମାତକାପଦର ୨୨, କଦମଗୁଡାରୁ ୨୧, ରାସବେଡା ୨୦, କୁଡୁମୁଲୁଗୁମ୍ମା ୧୧୫ ଏବଂ ପରକନମାଳା ପଞ୍ଚାୟତରୁ ୬୨ ଜଣ ହିତାଧିକାରୀ କାର୍ଡ ପାଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଦୁଲିପଡା ଥାନା ଭାରପ୍ରାପ୍ତ ଅଧିକାରୀ ଶଶୀ ଭୂଷଣ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ମୁତୟନ ହୋଇଥିଲେ । ସେହିପରି ଅଗ୍ନିଶମ ବିଭାଗର ସୁରତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ବିଡିଓ ବିଶ୍ୱଜିତ ଚନ୍ଦ୍ର ବର୍ମନ, ଜିଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି, ବ୍ଲକ ଯୋଗାଣ ଅଧିକାରୀ ପ୍ରଭାକର ଦୋରା, ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟାସଭ୍ୟଙ୍କ ସମେତ  ହିତାଧିକାରୀମାନେ ଉପସ୍ଥିତ ଥିଲେ । REPORT- SURAJ KUMAR BEHERA, MALKANGIRI, ID NO- CO003