ଏସିଆନ ଗେମ୍ସ ୨୦୧୮ରେ ଚମକିଲେ ଓଡ଼ିଆ ଝିଅ ଦୂତୀ ଚାନ୍ଦ ।

ଖେଳ
  • 2018-08-26 18:25:49
  • 420

କାନଭାସ୍ ଓଡିଶା(ବ୍ୟୁରୋ) : ଏସିଆନ୍ ଗେମ୍ସର ଶହେ ମିଟର ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ । ୧୧.୩୨ ସେକେଣ୍ଡରେ ସେ ଏହି ଦୂରତାକୁ ଅତିକ୍ରମ କରିପାରିଛନ୍ତି । ଦୂତୀ ସେମିଫାଇନଲ୍‌ ୧୧.୪୩ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରି ଫାଇନାଲ୍‌ରେ ପହଞ୍ଚିଥିଲେ । ରୌପ୍ୟ ପଦକ ଜିତି ଦୂତୀ ଚାନ୍ଦ ଓଡ଼ିଶା ତଥା ଭାରତ ପାଇଁ ଗୌରବ ଜିଣିଛନ୍ତି ।