ଲିଭିନି ହୁଡ୍‌ହୁଡ୍‌ କ୍ଷତ: ୫ବର୍ଷ ପରେ ବି ନିର୍ମାଣ ହୋଇନି ପୋଲ

EXCLUSIVE
  • 2018-10-07 19:18:52
  • 239

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲା ଗୋବିନ୍ଦପାଲି ଅଞ୍ଚଳର ବଣ୍ଡାଘାଟି ଏବେ ବି ଅବହେଳିତ ହୋଇ ରହିଛି। ନିକଟରେ ‘ଡାଏ’ର ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ କ୍ଷୟକ୍ଷତିର ଭରଣା ପାଇଁ କ୍ଷତିପୂରଣ ମିଳୁଛି। ମାତ୍ର ଗତ ୫ବର୍ଷ ତଳେ ହୋଇଥିବା ହୁଡ୍‌ହୁଡ୍‌ କ୍ଷତ ଏଯାଏ ଲିଭିନି ଉକ୍ତ ଅଞ୍ଚଳରୁ। ହୁଡ୍‌ ହୁଡ୍‌ ପ୍ରଭାବରେ ବଡବେଲଗାଁରେ ରହିଥିବା ପୋଲ ଭାଙ୍ଗି ଯାଇଥିଲା। ପୋଲର ମରାମତି କିମ୍ବା ନୂତନ ପୋଲ ନିର୍ମାଣ ହୋଇପାରିନି ଏଯାଏ। ଫଳରେ ଲୋକମାନେ ଯାତାୟାତ ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଙ୍ଗନଓ୍ବାଡି ଓ ବିଦ୍ୟାଳୟକୁ ଯିବା ବେଳେ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି। ଏ ସମ୍ପର୍କରେ ବିଡିଓ ନିରଞ୍ଜନ ଅନ୍ତିଆଙ୍କୁ ପଚାରିବାରୁ ସେ କହିଲେ, ଏ ବିଷୟରେ ମୁଁ ଅବଗତ ନ ଥିଲି। ଏବେ ଜାଣିଲି। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ପଦକ୍ଷେପ ନେବି। REPORT- SURAJ KUMAR BEHERA, MALKANGIRI, ID NO- CO003