ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଦୁର୍ନିତି ବିରୁଦ୍ଧରେ ଜନଜାଗରଣ ମହାମେଣ୍ଟ ତରଫରୁ ମହାସମାବେଶ ଡାକରା

ରାଜ୍ୟ ଖବର
  • 2018-10-07 18:56:03
  • 420

କାନଭାସ୍ ଓଡିଶା(ବ୍ୟୁରୋ) : ରାଜ୍ୟ ସରକାର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅନ୍ୟାୟ, ଅନୀତି, ଦୁର୍ନିତି ବିରୁଦ୍ଧରେ ଆଗାମି ଅକ୍ଟୋବର ମାସ ୧୦ ତାରିଖରେ ଖୋର୍ଦ୍ଧାଜିଲ୍ଲା ଟାଙ୍ଗୀ ବ୍ଲକ ଜନ ଜାଗରଣ ମହାମେଣ୍ଟ ତରଫରୁ ଟାଙ୍ଗୀ ରାଜୀବ ଗାନ୍ଧୀ ପଡିଆଠାରେ ଏକ ମହାସମାବେଶ କରାଯିବ ବୋଲି ମହାମେଣ୍ଟ ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଉକ୍ତ ସମାବେଶରେ ଯୋଗଦେବେ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଐର ଖାରବେଳ ସ୍ୱାଇଁ, ପୂର୍ବତନ ସାଂସଦ ଜନାର୍ଦନ ପତି, ବରିଷ୍ଠ ବାମପନ୍ଥି ନେତା ରାମକୃଷ୍ଣ ପଣ୍ଡା, ବରିଷ୍ଠ ସି.ପି.ଆଇ ନେତା ପ୍ରମୁଖ ଯୋଗଦେବେ । ରାଜ୍ୟ ସରକାର ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଖୋରଧା ବିଧାୟକଙ୍କ ହାତବାରିସି ସାଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଯେଉଁ କାର୍ଯ୍ୟକ୍ରମ କରୁଛି, ତାର ପ୍ରତିବାଦରେ ବିଶାଳ ଜନସମାବେଶକୁ ନେଇ ଏକ ପରିବର୍ତ୍ତନର ଆହ୍ୱାନ ଦେବା ନିମନ୍ତେ ଟାଙ୍ଗୀ ବ୍ଲକ ଜନଜାଗରଣ ମହାମେଣ୍ଟ ତରଫରୁ ଡାକରା ଦିଆଯାଇଛି । ଟାଙ୍ଗୀ ବ୍ଲକ ଦୁର୍ନିତିର ଗନ୍ତାଘର ପାଲଟିଛି । ନିରିହ ଜନ ସାଧାରଣ ନ୍ୟାୟ ପାଇବାରୁ ବଞ୍ଚିତ । ଥାନା ଫାଣ୍ଡି ଠାରୁ ଆରମ୍ଭକରି ବ୍ଲକ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଥିରୁ ବଞ୍ଚିତ । ଗତ କିଛିଦିନ ପୂର୍ବରୁ ଜନଜାଗରଣ ମେଣ୍ଟ ତରଫରୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଥିଲେ ମଧ୍ୟ କୈାଣସି ସୁଫଳ ନହେବାରୁ ବାଧ୍ୟ ହୋଇ ସବୁ ବିରୋଧି ଏକତ୍ରିତ ହୋଇ ଦୁର୍ନିତି ବିରୋଧି ଆନ୍ଦୋଳନ ପାଇଁ ମୁଣ୍ଡ ଟେକିଥିବା ମହାମେଣ୍ଟ ସଭାପତି ବିପିନ୍ କୁମାର ଜୟସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । REPORT- SHANKAR BEHERA, TANGI ID NO- CO002