ଅମରସ୍ମୃତି ପରିଷଦ ପକ୍ଷରୁ ବାଜିରାଉତଙ୍କର ଜନ୍ମଦିବସ ପାଳିତ

ରାଜ୍ୟ ଖବର
  • 2018-10-06 18:36:17
  • 416

କାନଭାସ୍ ଓଡିଶା(ବ୍ୟୁରୋ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ନୂତନକରି ଗଢି ଉଠିଥିବା ଅମରସ୍ମୃତି ପରିଷଦ ତରଫରୁ ସହିଦ୍ ବାଜିରାଉତଙ୍କ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି । ଅକ୍ଟୋବର ମାସ ୫ତାରିଖ ୧୯୨୬ ମସିହାରେ ଅମର ସହିଦ ବାଜିରାଉତଙ୍କର ଜନ୍ମ ହୋଇଥିଲା । ତେଣୁ ଏହି ଦିବସରେ ଟାଙ୍ଗୀ ଅଞ୍ଚଳର ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର ନାରାୟଣଙ୍କ ତତ୍ତ୍ୱାବଧାନରେ ଏବଂ ଅତିଥି ରୁପେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଙ୍ଗାଧର ସାହୁ, ରମେଶ ପ୍ରସାଦ ମହାପାତ. ଜଗବନ୍ଧୁ ଜେନା ଓ ସୁସିଲ କୁମାର ମହାପାତ୍ର ଏହି ସଭାକୁ ପରିଚାଳନା କରିଥିଲେ । ସହ ଯୋଗ କରିଥିଲେ ଶଙ୍କର ବେହେରା, ଲିଟା ମହାରଣା, ବବୁଲ ଖାଁ ଓ ଗୁଡୁଲ ମାଝୀ । REPORT- SHANKAR BEHERA, TANGI ID NO- CO002