ଅବକାରୀ ବିଭାଗର ଅଚାନକ ଚଢଉ ୪ ଗିରଫ

ଅପରାଧ
  • 2018-10-06 18:17:45
  • 420

କାନଭାସ୍ ଓଡିଶା(ବ୍ୟୁରୋ) : କମିଶନର ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଖୋର୍ଦ୍ଧା ଏବଂ ଟାଙ୍ଗୀ ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବରେ ଖୋର୍ଦ୍ଧା ସଦର, ଟାଙ୍ଗୀ ଓ ନିରାକାରପୁର ଥାନା ଅନ୍ତର୍ଗତ କେତେକ ଜାଗାରେ ଆଜି ଭୋର ସମୟରେ ଚଢାଉ କରିଥିଲେ । ଖୋର୍ଦ୍ଧା ସଦରଥାନା ଗୁଡୁମ ଗ୍ରାମର ଗଦାଧର ସେଠୀ, ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁରର ସୁଶାନ୍ତ ବଳିୟାରସିଂହ, ଟାଙ୍ଗୀ ଥାନା ଟାଙ୍ଗୀର ଅନିଲ ସାହୁ ଓ ଗୋବର୍ଦ୍ଧନ ବେହେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ଫରେନ ଲିକର ୫୬୦ ବଟଲ, ଆସ୍କା ଫର୍ଟି ୬୭୦ ବଟଲ ଓ ବିୟର ବଟଲ ୯୬ଟି ଜବତ କରିଛନ୍ତି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଅବକାରୀ ବିଭାଗ ଚଢାଉ ଯୋଗୁଁ ଚୋରା ମଦ ବେପାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । REPORT- SHANKAR BEHERA, TANGI ID NO- CO002