ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ଚିତ୍ରକୋଣ୍ଡା ପୋଲିସ ଦ୍ୱାରା ଜଣେ ଠିକାଦାର ଗିରଫ

ଅପରାଧ
  • 2018-10-06 17:37:12
  • 232

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ମାଓବାଦୀଙ୍କୁ ବିସ୍ଫୋରକ ସାମଗ୍ରୀ ଓ ଅର୍ଥ ଦେବାପାଇଁ ନେବା ବେଳେ ବ୍ଲକର ଦୋରାଗୁଡା ନିକଟରେ ଚିତ୍ରକୋଣ୍ଡା ପୋଲିସ ସମ୍ପୃକ୍ତ ଠିକାଦାରଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ଘର କାଲିମେଳା ବେଜଙ୍ଗିବଡ଼ାର ତାରକାନାଥ ପାଲ (41) । ପାଲ ପିର୍ବରୁ ସେ ବହୁବାର ମାଓବାଦୀଙ୍କୁ ବିଭିନ୍ନ ସହାୟତା ଯୋଗାଉଥିବା ଅଭିଯୋଗ ଥିବାବେଳେ ଗତକାଲି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ଠିକାଦାରଙ୍କ ନିକଟରୁ ବହୁ ଡିଟୋନେଟର,ଏକ ଅପୋ ମୋବାଲ ଫୋନ,କୋଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ନଗଦ ୬୧ ହଜାର ୭୩୮ ଟଙ୍କା ଜବତ କରିଛି ବୋଲି ଏସପି ଜଗମୋହନ ମିନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003