ଜି ସି କଲେଜ ପରିସର ରୁ ମିଳିଲା ଅଫୁଟା ବୋମା

ରାଜନୀତି
  • 2018-10-05 18:22:12
  • 415

କାନଭାସ୍ ଓଡିଶା(ବ୍ୟୁରୋ) : ଜିଲ୍ଲାର ସର୍ବ ପୁରାତନ ଦ୍ୱିତୀୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ ଥିବା ବେଳେ ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସିଥିବା ଦେଖିବାକୁ ମିଳୁଛି । ଗତ ବୁଧବାର ଦିନ ଦୁଇ ଛାତ୍ର ଗୋଷ୍ଠି ଙ୍କ ଗଣ୍ଡଗୋଳ ପରେ ଅପରାହ୍ନ ରେ କଲେଜ ପରିସରରେ ଅଧକ୍ଷ୍ୟ ଙ୍କ ଅଫିସ ରେ ଭଙ୍ଗାରୁଜା ପରେ ଶାନ୍ତ ପଡିନି ଜିସି କଲେଜ ଆଜି ସକାଳୁ କଲେଜ ପରିସରର ଏକ ସ୍ଥାନ ରୁ ୪ ଗୋଟି ଅଫୁଟା ବୋମା ଜବତ ହୋଇଥିବା ଥାନା ଅଧିକାରିଣୀ ରୋଜଳୀନ ପଟେଲ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆଜି ସକାଳୁ କଲେଜ ଖୋଲା ହେବା ପରେ କଲେଜ ରେ ବୋମା ଅଛି ବୋଲି ଖବର ପ୍ରଚାର ହୋଇଥିଲା । ଏଭଳି ଦ୍ୱାରା ପିଲାମାନ ଙ୍କ ସହ ଅଭିଭାବକ ଚିନ୍ତାରେ । ଏ ନେଇ ଅଧକ୍ଷ୍ୟ ଙ୍କୁ ପଚାରିଲେ କହନ୍ତି ଆମେ ଏକ ବୈଠକ ଡାକିଛୁ ଆଜି ଚଳିତ ବର୍ଷ ନିର୍ଵାଚନ ହବକି ନାହିଁ ତାହା ବୈଠକ ରେ ସ୍ଥିର ହେଲେ ଗଣମାଧ୍ୟମ କୁ ସୂଚନା ଦେବୁ