ମୃତ୍ୟୁଦଣ୍ତ ଧମକ ପୋଷ୍ଟର : ଲୋକେ ଆତଙ୍କିତ

EXCLUSIVE
  • 2018-10-05 17:36:43
  • 252

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଠାରୁ ୧ କିମି ଦୂର ମୁଣ୍ତାଗୁଡା ଛକ ଠାରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ତେବେ ଲାଗିଥିବା ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଲାଗିଥିବା ପୋଷ୍ଟର ମାଓବାଦୀମାନେ ଲଗାଇଛନ୍ତି ନା ଅନ୍ୟ କେହି ଲଗାଇଛନ୍ତି ତାହା ମାଥିଲି ପୋଲିସ ତଦନ୍ତ କରୁଛି । ଅନ୍ୟପକ୍ଷରେ ପ୍ରଥମ ଥର ମାଥିଲି ନିକଟରେ ମୃତ୍ୟୁଦଣ୍ତ ଧମକପୂର୍ଣ୍ଣ ପୋଷ୍ଟର ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୁଣ୍ତାଗୁଡା ଛକ ବରଗଛରେ ଏହି ପୋଷ୍ଟର ଲାଗିଥିଲା । ୪ ଶିକ୍ଷକଙ୍କ ନାମ ଉଲ୍ଲେଖ ରଖି ତାଙ୍କୁ ଖୁବଶିଘ୍ର ମୃତ୍ୟୁଦଣ୍ତ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ମାଓବାଦୀଙ୍କ ଅର୍ଥ ହଡପ କରୁଥିବାରୁ ଏମାନଙ୍କୁ ମୃତ୍ୟୁଦଣ୍ତ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ମାଥିଲି ପୋଲିସ ଏହି ଘଟଣାରେ ତଦନ୍ତ କରୁଥିବା ମାଥିଲି ଥାନା ଆଇଆଇସି ଜନ୍ ଖୁଜୁର କହିଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003