ଭୁବନେଶ୍ୱରରେ ଶାରଦୀୟ ନବରାତ୍ରୀ ଶିବିର ।

ପୂଜାପାର୍ବଣ
  • 2018-10-05 17:03:05
  • 299

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଓ ଦିବ୍ୟ ଭାରତ ଯୁବ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ମହାନଗରରେ ଚାରି ଶକ୍ତିପୀଠ ଓ ସାତଟି ପ୍ରଜ୍ଞାପୀଠ ସମେତ ୧୧ଟି ସ୍ଥାନରେ ନବରାତ୍ରୀ ଶିବିର ଆୟୋଜନ କରାଯାଇଛି । ଏଥିରେ ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାଜର ସମସ୍ତ ବର୍ଗ ଲୋକମାନେ ଯୋଗ ଦେଇପାରିବେ । ବ୍ୟକ୍ତିର ଶାରୀରିକ , ମାନସିକ ତଥା ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଏ ଅନୁଷ୍ଠାନର ବିଶେଷ ମହତ୍ତ୍ୱ ରହିଛି । ବିଶେଷ ପରିବେଶରେ ଋତୁଚକ୍ର ପରିବର୍ତ୍ତନର ସନ୍ଧିକ୍ଷଣରେ ଅନୁଷ୍ଠିତ ହେଉଥିବା ଏହି ଶାରଦୀୟ ନବରାତ୍ରୀ ପ୍ରତ୍ୟେକ ବ୍ୟକ୍ତିର ପ୍ରତିଭା ପରିଷ୍କାର ଓ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଅତ୍ୟନ୍ତ ଉପଯୋଗୀ । ସନାତନ ସଂସ୍କୃତିରେ ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ବୁଝୁଥିବା ବ୍ୟକ୍ତିବିଶେଷ ଏ ବିଷୟ ନିଶ୍ଚୟ ହୃଦୟଙ୍ଗମ କରିପାରିବେ । ନଅ ଦିନିଆ ଏଇ ଆଧ୍ୟାତ୍ମିକ ସାଧନା ଶିବିର ନିମନ୍ତେ ସଂକଳ୍ପ ସମାରୋହ ଅକ୍ଟୋବର ଆଠ ତାରିଖ ସୋମବାର ସନ୍ଧ୍ୟା ୬ଟା ବେଳେ ୯-ନମ୍ବର ଶକ୍ତିପୀଠ ସମେତ ଅନ୍ୟ ସ୍ଥାନମାନଙ୍କରେ ଅନୁଷ୍ଠିତ ହେବ । ସାଧନା ଶିବିର ୯ ତାରିଖ ମଙ୍ଗଳବାର ସକାଳ ୫ଟା ସମୟରେ ଆରମ୍ଭ ହେବ । ଆବଶ୍ୟକୀୟ ଜପ ସମ୍ପୂର୍ଣ୍ଣ କରିବା ପରେ ଅନୁଷ୍ଠାନର ପୂର୍ଣ୍ଣାହୁତି ୧୮ ଅକ୍ଟୋବର ଗୁରୁବାର ଦିନ ସମ୍ପନ୍ନ ହେବ । ଶିବିରରେ ଯୋଗ ଦେବାପାଇଁ ଆଗ୍ରହୀ ଯୁବକ ଯୁବତୀ କିମ୍ବା ବ୍ୟକ୍ତିବିଶେଷ ମୋ: 7978420936 କିମ୍ବା 9861417170 ରେ ସମ୍ପର୍କ କରିବା ପାଇଁ ଅନୁରୋଧ କରାଯାଉଛି ।