ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ପ୍ରସୂତି

ରାଜ୍ୟ ଖବର
  • 2018-10-05 16:52:12
  • 420

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି : ପୁଣି ଫେଲ ମାରିଛି ସରକାରୀ ଯୋଜନା । ରାସ୍ତା ନଥିବାରୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ପ୍ରସୂତିଙ୍କୁ ଭାରରେ ଡାକ୍ତରଖାନା ନେଲେ ପରିବାର ଲୋକେ ।ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାବେଡା ପଞ୍ଚୟତର ଲଛମାପୁର ଗାଁରେ ଦେଖିବା ପାଇଁ ମିଳିଛି ଏହି ଚିତ୍ର । ଆଜି ସକାଳେ ତୁଲା ଖରା ନାମକ ଜଣେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଫୋନ ପାଇ ଆମ୍ବୁଲାନ୍ସଟି ଗାଁ ପାଖକୁ ଯାଇଥିଲା।ହେଲେ ଗାଁ ରାସ୍ତା ଏତେ ଖରାପ ଥିଲା ଯେ, ଆଉ ଆଗକୁ ଯାଇପାରିନଥିଲା ଆମ୍ବୁଲାନ୍ସ। 2 କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ତେବେ ଆମ୍ବୁଲାନ୍ସ ଚାଳକ ଓ ଆଶା କର୍ମୀ ଲଛମାପୁର ଯାଇ ପ୍ରସୂତିଙ୍କୁ ଗ୍ରାମବାସୀଙ୍କ ସହ ମିଶି ଭାରରେ ବୋହି ବୋହି ଆଣି ଆମ୍ବୁଲାନ୍ସ ପାଖରେ ଛାଡିଥିଲେ । ଲଛମାପୁର ଏକ ଦୁର୍ଗମ ଗ୍ରାମ ହୋଇଥିବାରୁ ପ୍ରାୟ ସବୁ ସମୟରେ ଏହି ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଏଭଳି ଅସୁବିଧା ସମୟରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହଯୋଗକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି । REPORT- SURAJ KUMAR BEHERA, MALKANGIRI, ID NO- CO003