ନିଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ ।

ଶିକ୍ଷା
  • 2018-08-26 17:43:19
  • 260

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ସରସ୍ୱତୀ ଶିଶୁ ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା ପରିଚାଳନା ସମିତିର ସଭାପତି ବିଜୟ କୁମାର ମୁଦୁଲିଙ୍କ ସଭାପତିତ୍ୱରେ ଉତ୍ସବର ମୁଖ୍ୟ ଅତିଥି ଭାବେ ପ୍ରଫେସର ବିଭୂତି ଭୂଷଣ ପଣ୍ଡା ଯୋଗଦେଇ ଉତ୍ସବରେ ଅଂଶଗ୍ରହଣ କରିଥିବା ଶିଶୁ ବୈଜ୍ଞାନିକ ମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସଫଳ ବୈଜ୍ଞାନିକ ହୋଇ ଦେଶମାତୃକାର ଉନ୍ନତି କଳ୍ପେ ତାହାକୁ ସଠିକ୍ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଜୟ କୁମାର ପରିଡା ବିଶ୍ୱ ଦରବାରରେ ଭାରତର ସ୍ଥିତିକୁ ଜାହିର କରିବା ପାଇଁ ଆଜି ଦିନରୁ ହିଁ ଶପଥ ପୂର୍ବକ ବିଜ୍ଞାନ ପ୍ରତି ଅଭିରୁଚିକୁ ଦିଗୁଣିତ କରିବା ପାଇଁ ଶିଶୁ ବୈଜ୍ଞାନିକ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ପ୍ରାୟ ୩୫୦ଜଣ ଶିଶୁ ବୈଜ୍ଞାନିକ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ ବରିଷ୍ଠ ଆଚାର୍ଯ୍ୟ ନନ୍ଦ କିଶୋର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।