ମାଲକାନଗିରି ବିଜୁଜନତା ଦଳ ତରଫରୁ ଗ୍ରାମ ପଞ୍ଚାୟତ ସ୍ତରୀୟ କର୍ମଶାଳା

ରାଜନୀତି
  • 2018-10-04 15:24:44
  • 421

କାନଭାସ୍ ଓଡିଶା(ବ୍ୟୁରୋ) : ଗ୍ରାମ ପଞ୍ଚାୟତ ସ୍ତରୀୟ କର୍ମଶାଳା, ଜନସମ୍ପର୍କ ପଦଯାତ୍ରା ଓ ପଞ୍ଚାୟତ ସ୍ତରୀୟ ୱାଟସପ୍ ଖୋଲିବା ଉପରେ ମାଲକାନଗିରି ବିଜୁଜନତା ଦଳ ନିର୍ବାଚନ ମଣ୍ଡଳୀ ତରଫରୁ ମାନ୍ୟବର ବିଧାୟକ ମାନସ ମାଡ଼କାମିଙ୍କ ବାସ ଭବନରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ,ଏହି ବୈଠକରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ସଭାପତି ମାନସ ମାଡକାମି ଗ୍ରାମ ପଞ୍ଚାୟତ ସ୍ତରୀୟ କର୍ମଶାଳା ,ପ୍ରତ୍ୟେକ ପଞ୍ଚାୟତ ରେ ଜନ ସମ୍ପର୍କ ପଦଯାତ୍ରା ,ପ୍ରତ୍ୟେକ ପଞ୍ଚାୟତ ର ଗ୍ରାମଗୁଡିକର ଜନ ସାଧାରଣ ଙ୍କୁ ସିଧାସଳଖ ଯୋଡି ହେବା ପାଇଁ ବିଜୁଜନତା ଦଳର ୱାଟସପ୍ ଖଳିବା ବିଷୟରେ ଆଲୋଚନା କରିବା ସହ ଉକ୍ତ କାର୍ଯ୍ୟକ୍ରମ ଗୁଡିକ ରାଜ୍ୟ ବିଜୁଜନତା ଦଳ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୩୦ ତାରିଖ ମଧ୍ୟରେ ଶେଷ କରିବା ପାଇଁ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୫ ଜଣିଆ କମ୍ମିଟି ଗଠନ କରିବା ସହ ବିଧାୟକ ମାନସ ମାଡକାମି ଚୂଡାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି ।ଏହି ଜରୁରୀ ବୈଠକରେ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ପ୍ରତିନିଧି ,ଜିଲ୍ଲା ସଂଯୋଜକ ତଥା ପୂର୍ବତନ ମେୟର ରାଜେନ୍ଦ୍ର ଆଚାର୍ଯ୍ୟ ମଧ୍ୟ ଦଳୀୟ ଲୋଜିଷ୍ଟିକ୍ ଓ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଉପରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଜଣାଇଲେ । ଏହି ବୈଠକରେ ଉପସ୍ଥିତ ଥିଲେ କାର୍ଯ୍ୟକାରୀ ସଭାପତି ଗଣେଶ ମଣ୍ଡଳ ,ଜିଲ୍ଲା ଯୁବ ସଭାପତି ନିରୋଧ ମିସ୍ତ୍ରୀ ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ଜିଲ୍ଲା କୋଷାଧ୍ୟକ୍ଷ ପ୍ରୀତପଲ ସିଂ ,ବିଜେଡି ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା ,ମାଲକାନଗିରି ବ୍ଲକ ସଭାପତି ସର୍ବ ବିଶୋଇ ,କାଲିମେଳା ବ୍ଲକ ସଭାପତି ଇ.ଭେଙ୍କେଟ ରାଓ ,ପୂର୍ବତନ ପୌର ପରିଷଦ ଉପାଧ୍ୟକ୍ଷ ମନୋଜ ବାରିକ , ସୁରେନ୍ଦ୍ର ନାଥ ରଥ ,ହିମାଂଶୁ ସାମଲ ,କାମେଶ୍ୱର ରାଓ ,ଡି.ନାଗା ଓ ଶରତ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । REPORT- SURAJ KUMAR BEHERA, MALKANGIRI, ID NO- CO003