ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟରେ ୧୫୦ତମ ଗାନ୍ଧୀ ଜୟନ୍ତୀରେ ଅଭିନବ ପ୍ରୟାସ

ଶିକ୍ଷା
  • 2018-10-04 15:08:59
  • 258

କାନଭାସ୍ ଓଡିଶା(ବ୍ୟୁରୋ) : ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପରିବେଶ ପ୍ରଦୂଷଣ ଓ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ନୂତନଶକ୍ତି ଯୋଜନା ଓ ଆଇଆଇଟି ମୁମ୍ବାଇ ର ସହଭାଗୀତାରେ ଏକଲକ୍ଷ ସୋଲାର ପ୍ରସ୍ତୁତ କରି ଗିନିଜ ବୁକ ଅଫ ଓାର୍ଲଡ୍ ରେକର୍ଡ ସ୍ଥାପନ କରିଥିଲେ । ଏହି ଅଵସରରେ ପ୍ରିନ୍ସପାଲ ଦେଶର ୧୦୦ଟି ସ୍କୁଲ ମଧ୍ୟରୁ ମାଲକାନଗିରି ଜବାହର ନବୋଦୟକୁ ମନୋନିତ କରିଥିବାରୁ ନିଜକୁ ଗର୍ବିତ ମନେ କରିଥିଲେ | ସ୍କୁଲ ତରଫରୁ ୧୦୦ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ୧୦୦ ଟି ସୋଲାର ଲାଇଟ ପ୍ରସ୍ତୁତ କରିଥିଲେ । ଆଗାମୀ ଦିନରେ ଜଙ୍ଗଲ ଧ୍ୱଂସ ଓ ପରିବେଶ ପ୍ରଦୂଷଣ ଯୋଗୁଁ ସୌରଶକ୍ତି ଏକମାତ୍ର ବିକଳ୍ପ ହୋଇଥିବାରୁ ଆମକୁ ବର୍ତ୍ତମାନରୁ ସାବଧାନ ହୋଇ ସୌର ଶକ୍ତିର ସୁବିନିଯୋଗ କରିବାକୁ ପଡିବ ଏବଂ ମାଲକାନଗିରି ଜିଲ୍ଲାରେ ଆମେ ଏହା ଦ୍ଵାରା କିଛି ଗ୍ରାମକୁ ଆଲୋକ କରିପାରିବୁ ବୋଲି ସେ ନିଜର ବକ୍ତବ୍ୟ ରଖିଥିଲେ । ନବିକରଣ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ୧୫୦ ତମ ଗାନ୍ଧୀ ଜୟନ୍ତୀ ଅବସରରେ ୧ ଲକ୍ଷ ୨୬ ହଜାର ସୌର ଚାଳିତ ଲ୍ୟାମ୍ପ ତିଆରି କରି ଗିନିଜ ବୁକ ଅଫ ଓାର୍ଲଡ୍ ରେକର୍ଡ କରିଛି ଭାରତ । ଦେଶର ମୋଟ ୬୫୦ଟି ବିଦ୍ୟାଳୟର ଏକ ଲକ୍ଷ ଛାତ୍ରଛାତ୍ରୀ ଗୋଟିଏ ଦିନରେ ଏହି ସୋଲାର ଲାଇଟ୍ ପ୍ରସ୍ତୁତ କରିଛନ୍ତି । ଆଉ ଏହି ରେକର୍ଡ ହାସଲ କ୍ଷେତ୍ରରେ ଆଦିବାସୀ ବହୁଳି ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଭୂମିକା ରହିଛି । REPORT- SURAJ KUMAR BEHERA, MALKANGIRI, ID NO- CO003