ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳର ‘ଜନ ସଂପର୍କ ପଦଯାତ୍ରା’

ରାଜନୀତି
  • 2018-10-04 13:02:58
  • 232

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲ୍ଲା ବିଜୁଜନତା ଦଳ ତରଫରୁ ନବୀନ ପଟ୍ଟନାୟକଙ୍କ ସଫଳତାର ଚାରଗୋଟି ସ୍ତମ୍ଭ ଯଥା ଖାଦ୍ୟ ,ଆଶ୍ରୟ ,ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା କୁ ଅସ୍ତ୍ର କରି ମାନ୍ୟବର ବିଧାୟକ ତଥା ଜିଲ୍ଲା ସଭାପତି ମାନସ ମାଡକାମି ଜନସମ୍ପର୍କ ପଦଯାତ୍ରା ଦ୍ୱିତୀୟ ଦିନରେ ପଡିଆ ବ୍ଲକ ର ଉଣ୍ଡରୁକୋଣ୍ଡା ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମରେ ପଦଯାତ୍ରା ରେ ଯାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କ ସଫଳତାର ବାର୍ତ୍ତା ପ୍ରସାର ସହ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଯଥା - ଆମ ଗାଁ ଆମ ବିକାଶ ,ଆମ ସହର ଆମ ଉନ୍ନତି ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ,ରାଜ୍ୟ ସରକାରଙ୍କ ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା ,ମହିଳା ,କୃଷକ ଓ ଛାତ୍ରଙ୍କୁ ୧% ସୁଧରେ ଋଣ ବ୍ୟବସ୍ଥା ,ଜନ ଜାତୀଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ,ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଓ ସମ୍ପତ୍ତି ଅଧିକାର ,୪ ବର୍ଷରେ ୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ , ୭ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ଓ ଆମ ରାଜ୍ୟର ଅନୁକରଣୀୟ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ମାନ୍ୟବର ବିଧାୟକ ମାନସ ମାଡକାମି ଜନ ସାଧାରଣଙ୍କୁ ଅବଗତ କରାଇଛନ୍ତି ।ଏହି ଜନସମ୍ପର୍କ ପଦଯାତ୍ରା ରେ ଜିଲ୍ଲା ବିଜେଡି ସଂଯୋଜକ ତଥା ପୂର୍ବତନ ମେୟର ରାଜେନ୍ଦ୍ର ଆଚାର୍ଯ୍ୟ , ଜିଲା ଯୁବ ସଭାପତି ନିରୋଧ ମିସ୍ତ୍ରୀ ,ଜିଲା ସମ୍ପାଦକ କାମେଶ୍ୱର ରାଓ ,ପଡିଆ ବ୍ଲକ ସଭାପତି ଗଙ୍ଗା କରାମ ,ବିଧାୟକ ପ୍ରତିନିଧି ସି.ଏଚ. ରେବିଟ , କାଲିମେଳା ବ୍ଲକ ସଭାପତି ଇ. ଭେଙ୍କେଟ ରାଓ ,ନଗର ଉପସଭାପତି ସତ୍ୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ସହ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟ ,ୱାର୍ଡ ସଭ୍ୟ ଓ ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ । REPORT- SURAJ KUMAR BEHERA, MALKANGIRI, ID NO- CO003