ଅମର ସ୍ମୃତି ପରିଷଦ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ରାଜ୍ୟ ଖବର
  • 2018-10-03 18:10:35
  • 434

କାନଭାସ୍ ଓଡିଶା(ବ୍ୟୁରୋ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ସ୍ଥିତ ଅମର ସ୍ମୃତି ପରିଷଦ ତରଫରୁ ୧୫୦ତମ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଏକ ସାଂସ୍କୃତିକ ଉତ୍ସବ ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ଟାଙ୍ଗି ଥାନା ଅଧିକାରୀ ସରୋଜ ଉପାଧାୟ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାସ, ଶ୍ରୀମତୀ ମିନାକ୍ଷି ମିତ୍ର, କୃଷ୍ଣ ସାମନ୍ତରାୟ, ଡଃ.ମଧୁସୂଦନ ସେନାପତି ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସ୍ୱାଧିନତା ସଂଗ୍ରାମୀ ରଣପୁରର ଚାରିଜଣଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ପରେ ପରେ ଅମର ସ୍ମୃତି ପରିଷଦ ସଭ୍ୟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । REPORT- SHANKAR BEHERA, TANGI ID NO- CO002