ରଣଭୂମି ପାଲଟିଲା ବଡ଼ଦାଣ୍ଡ: ଭାଙ୍ଗିଲା ଥାନା, ଜଳିଲା ଟ୍ରାଫିକପୋଷ୍ଟ

EXCLUSIVE
  • 2018-10-03 14:51:49
  • 481

କାନଭାସ୍ ଓଡିଶା(ବ୍ୟୁରୋ) : କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେଥିପାଇଁ ପ୍ରତିଦିନ ଦେଶ ଦେଶରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ମାତ୍ର ଆଜି କିନ୍ତୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଛି। ଧାଡ଼ିଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନାର ପୁରୀ ବନ୍ଦ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଇନକୁ ହାତକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି ଉତ୍ୟକ୍ତ ଲୋକ । ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିବା ସହ ସରକାରୀ ସଂପତି ନଷ୍ଟ କରିଛନ୍ତି ଆନ୍ଦୋଳନକାରୀ । ସିଂହଦ୍ୱାର ଥାନା ଉପରକୁ ଆକ୍ରମଣ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ କରାଯାଇଛି ଟାର୍ଗେଟ । ଗୋଟିଏ ପଟେ ଆଇନକୁ ହାତକୁ ନେଇଛନ୍ତି ଆନ୍ଦୋଳନକାରୀ, ଅନ୍ୟ ପଟେ ଆଇନ ଶୃଙ୍ଖଳା ରଖିବାରେ ବିଫଳ ହୋଇଛି ପୋଲିସ ଓ ପ୍ରଶାସନ । ପଥର ମାଡ଼ରେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସିଂହଦ୍ୱାର ସାମ୍ନାରୁ ମାର୍କେଟ ଛକ ଯାଏ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି । ପରିସ୍ଥିତିର ସମାଧାନ ପାଇଁ ପ୍ରଶାସନ କରିଛି ଶାନ୍ତି କମିଟି ସହ ଆଲୋଚନା । ସେହିପରି ଆନ୍ଦୋଳନକାରୀମାନେ ପୁରୀ ଟାଉନଥାନାରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ସେଥିରେ ବିଫଳ ହେବାରୁ ସେମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ଟାଉନ ଥାନା ଉପରକୁ ପଥରମାଡ଼ ମଧ୍ୟ କରିଥିଲେ। ଏତିକି ବେଳେ ପୁଲିସ ଲାଠିମାଡ଼ କରିଥିଲା। ଫଳରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ ଆନ୍ଦୋଳନକାରୀ।