“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୭ମ ବାର୍ଷିକ ଉତ୍ସବ ପାଳିତ

ଟ୍ୱିନ୍ ସିଟି
  • 2018-10-02 18:23:06
  • 293

କାନଭାସ୍ ଓଡିଶା(ବ୍ୟୁରୋ) : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୭ମ ବାର୍ଷିକ ଉତ୍ସବ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡଃ ରଘୁନାଥ ମହାପାତ୍ର ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପତ୍ରିକାର ଦୀର୍ଘ ୭ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ଡଃ ରଘୁନାଥ ମହାପାତ୍ର ଏବଂ ଅନ୍ୟମାନେ ଏହି “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପ୍ରୟାସକୁ ସାଧୁବାଦ୍ ଜଣାଇବା ସହ ସଫଳତା କାମନା କରିଥିଲେ । ମଞ୍ଚସଭା ପରେ ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପରିବାର ତରଫରୁ ସମ୍ମାନଜନକ “ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତି” ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଭର୍ତ୍ତୃହରି ମହତାବ (ରାଜନୀତି), ବିଷ୍ଣୁପଦ ସେଠୀ (ପ୍ରଶାସନିକ ସେବା), ନଳିନୀକାନ୍ତ ପ୍ରଧାନ (ଇଂଜିନିୟରିଂ), ଦୀପକ ମହାନ୍ତି (ପ୍ରଶାସନିକ ସେବା), ସତ୍ୟଜିତ୍ ମହାନ୍ତି (ପୋଲିସିଂ), ଇଂ. ଭଗବାନ ସାହୁ (ଇଂଜିନିୟରିଂ), ଶରତ ଚନ୍ଦ୍ର ଦାସ (ରାଜସ୍ୱ ସେବା), ଅଭିଷେକ ଗୁପ୍ତା (ବାଣିଜ୍ୟ), ସତ୍ୟପ୍ରକାଶ ପଣ୍ଡା (ଶିକ୍ଷା), ଦୂତି ଚାନ୍ଦ (କ୍ରୀଡ଼ା), ପ୍ରଶାନ୍ତ ଆଲୁୱାଲିଆ (ବାଣିଜ୍ୟ), ଆଶୀଷ ଗର୍ଗ (ରିୟଲ୍ ଇଷ୍ଟେଟ୍), ପ୍ରଶାନ୍ତ ଅଗ୍ରୱାଲ (ଇଣ୍ଟରନେଟ୍), ପ୍ରଫେସର ଶ୍ରୀକାନ୍ତ ମହାପାତ୍ର (ଶିକ୍ଷା), ଡଃ ଆଲୋକ କାନୁନ୍ଗୋ (ସ୍ୱାସ୍ଥ୍ୟ), ଅକ୍ଷୟ ମହାନ୍ତି (କୃଷି), ରୁଦ୍ରଶଙ୍କର ଶତପଥୀ (ପ୍ରଯୁକ୍ତି ବିଦ୍ୟା), ହ୍ୟୁମାନ୍ ସାଗର (ଏଣ୍ଟରଟେନ୍ମେଣ୍ଟ), ଲାଖୀ ସ୍ୱାଇଁ (କ୍ରୀଡ଼ା), ସୌନଖ୍ ପାରିଖ୍ (ଅଟୋମୋବାଇଲ୍), ସନ୍ଦୀପ ସାହୁ (ସାମ୍ବାଦିକତା), ପ୍ରଭାସ ଆଚାର୍ଯ୍ୟ (ସମାଜସେବା), ଗଣେଶ୍ୱର ଗୋଚ୍ଛିକର (ଯୋଗ) । ଏହି ଅବସରରେ ବିଦ୍ୟାସାଗର କ୍ଲାସେସର କିଛି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶାର ଆଗ ଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ହିନ୍ଦୀ ଓ ଓଡ଼ିଆ ସିନେ ଜଗତର କିଛି ବଛା ବଛା ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଥିଲେ । ପଲ୍ସ ଓ ଏକ୍ସପ୍ରେସନ୍ ନୃତ୍ୟ ସଂସ୍ଥାନର କଳାକାରମାନେ ମଧ୍ୟ ଚମକ୍ରାର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ସହସମ୍ପାଦକ ଶ୍ରୀ ଶୁଭଜିତ୍ ପଣ୍ଡା ଓ ଅଭିଶ୍ରୀ କାର୍ଯକ୍ରମ ପରିଚାଳନା କରିଥିଲେ ।