ମାଲକାନଗିରି ଜିଲ୍ଲାରେ ବିଜେଡିର ଜନ ସଂପର୍କ ପଦଯାତ୍ରାର ଶୁଭାରମ୍ଭ

ରାଜନୀତି
  • 2018-10-02 14:28:27
  • 233

କାନଭାସ୍ ଓଡିଶା(ବ୍ୟୁରୋ) : ପବିତ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୦୨ ଠାରୁ ନଭେମ୍ବର ୦୨ ପର୍ଯ୍ୟନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ମାଲକାନଗିରି ନିର୍ବାଚନ ମଣ୍ଡଳୀ ପଡିଆ ବ୍ଲକ ର ସିମିଳିବାଞ୍ଛା ଓ କାଲଦାପାଲି ଗ୍ରାମ ପଞ୍ଚାୟତ ଠାରେ ମାଲକାନଗିରି ଜିଲ୍ଲା ବିଜୁଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ମାନ୍ୟବର ବିଧାୟକ ତଥା ଜିଲ୍ଲା ସଭାପତି ମାନସ ମାଡକାମି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ସମ୍ପର୍କ ପଦଯାତ୍ରାରେ ରାଜ୍ୟର ଯୁବକ -ଯୁବତୀ ସଶକ୍ତିକରଣ କଥା,ମିଶନ ଶକ୍ତି ଓ ମହିଳା ସଶକ୍ତିକରଣ ବାର୍ତ୍ତା ,କୃଷକ ଆୟ ,କୃଷି ଉତ୍ପାଦନ ୨ଗୁଣ ହେବା କଥା ,ଘରେ ଘରେ ପହଞ୍ଚାଇବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବହୁ ବିଷୟରେ ମାନ୍ୟବର ବିଧାୟକ ମାନସ ମାଡକାମୀ ପଦଯାତ୍ରାରେ ସାମିଲ୍ ହୋଇଥିବା ଲୋକମାନଙ୍କୁ ବୁଝାଇଲେ ,ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ୍ ଥିଲେ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ପ୍ରତିନିଧି ତଥା ପୂର୍ବତନ ମେୟର ରାଜେନ୍ଦ୍ର ଆଚାର‌୍ୟ୍ୟ ,ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ ,ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ମାଲକାନଗିରି ବ୍ଲକ ଉପାଧ୍ୟକ୍ଷା, ପଡିଆ ବ୍ଲକ ସଭାପତି ଗଙ୍ଗା କରାମ ,କାଲିମେଳା ବ୍ଲକ ସଭାପତି ଇ. ଭେଙ୍କେଟ ରାଓ ଓ କାଲିମେଳା ବ୍ଲକ ପର‌୍ୟ୍ୟବେକ୍ଷକ ମନୋଜ ମାଳି ପ୍ରମୁଖ ଉପସ୍ଥିତ ଥିବା ବେଳେ ସଭା ପରିଚାଳନା କରିଥିଲେ ସି.ଏଚ. ରେବିଟ । REPORTER- SURAJ KUMAR BEHERA, MALKANGIRI, ID NO- CO003