ନାଟକ ‘ସୂର୍ଯ୍ୟ ପରାଗ ପରେ’

ମନୋରଞ୍ଜନ
  • 2018-10-01 21:25:27
  • 236

କାନଭାସ୍ ଓଡିଶା(ବ୍ୟୁରୋ) : ଓଡିଶା ସଙ୍ଗୀତ ନାଟକ ଏକାଡେମି ଆନୁକୁଲ୍ୟରେ ‘ନାଟ୍ୟଧାରା’ର ପ୍ରସ୍ତୁତ ପଞ୍ଚଧ୍ୱନି ନାଟ୍ୟ ପରିଷଦର ନାଟକ ‘ସୂର୍ଯ୍ୟ ପରାଗ ପରେ’ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ନାଟକର ବିଷୟବସ୍ତୁ ଥିଲା ଏକ ଦୁଇ ପରିବାର ଭିତରେ ଆଣିଥିବା ସନ୍ଦେହକୁ ନେଇ । ସ୍ୱପ୍ନର ଗୋଟିଏ ସୁନ୍ଦର ସହର, ଯେଉଁଠି ମଣିଷ କେବଳ ସ୍ୱପ୍ନ ଦେଖେ, ମଣିଷର ଆତ୍ମବିଲୀନ ହେଇଯାଏ, ସ୍ୱପ୍ନର ମହାସମୁଦ୍ର ଭିତରେ । ଏମିତି ଏକ କବି, ଚିତ୍ରକର ସୁବ୍ରତ ବାବୁ ଯାହାଙ୍କର ମନର ଅବସ୍ତିତି ଗୋଟିଏ ସ୍ୱପ୍ନର ଜଗତରେ । ସୁନ୍ଦର ପରିକଳ୍ପନା ଆଙ୍କି ହେଇଯାଏ ତାଙ୍କ ମାନସପଟ୍ଟରେ । ତାକୁ ସାକାର କରିବା ପାଇଁ ତାଙ୍କର କଳ୍ପନା ଘୂରି ବୁଲେ, ଦିଗବଳୟର ଅସ୍ତଗାମୀ ସୂର୍ଯ୍ୟ, ଆକାଶ ବୁକୁରେ ଭସା ବାଦଲ, ପାଇନ ବୃକ୍ଷର ଶିଖର ଦେଶରେ ବସିଥିବା ପକ୍ଷୀ ଆଉ ନୀଳ ଆକାଶର ବୁକୁ ଚିରି ହସି ହସି ଚାଲି ଆସୁଥିବା ଜହ୍ନ । ସୁନ୍ଦର ପରିକଳ୍ପନାର ପରିସମାପ୍ତିରେ ଆତ୍ମବିଭୋର ହୋଇଯାଏ ଶିଳ୍ପୀ ସୁବ୍ରତ । ୟେ ସବୁର ଶ୍ରେୟ ତାଙ୍କ ପତ୍ନୀ ମୀରା ଦେବୀଙ୍କର, କାରଣ ସେ ହଉଛନ୍ତି କବି ସିବ୍ରତଙ୍କର ପ୍ରେରଣାର ଉତ୍ସ । ୟା ଭିତରେ ବାସ୍ତବବାଦୀ ମଣିଷ ସରୋଜଙ୍କ ୧୫ତମ ବିବାହ ବାର୍ଷିକିରେ ସେ ତାଙ୍କର ସ୍ତ୍ରୀ ଶିଖା ଦେବୀଙ୍କୁ ଏକ ଚିତ୍ର ଉପହାର ନିମନ୍ତେ ଶିଳ୍ପୀ ସୁବ୍ରତଙ୍କୁ ଅନୁରୋଧ କରନ୍ତି । ଯାହାକି ଦୁଇ ପରିବାର ଭିତରେ ଆଣିଦିଏ ସନ୍ଦେହ । ହସି ହସି ଆସୁଥିବା ଜହ୍ନକୁ କଳାବାଦଲ ଢାଙ୍କିଦିଏ । ସୂର୍ଯ୍ୟ ପରାଗ ପରି ଘନ ଅନ୍ଧକାର ଘୋଟିଯାଏ ସେମାନଙ୍କ ଜୀବନରେ ।