ଶିବାନନ୍ଦ ସ୍କାଉଟ ପିଲାଙ୍କ ସ୍ୱଚ୍ଛ ଭାରତ ଅଭିଯାନ

ଶିକ୍ଷା
  • 2018-10-01 19:48:04
  • 240

କାନଭାସ୍ ଓଡିଶା(ବ୍ୟୁରୋ) : ବର୍ତ୍ତମାନ ସାରା ଭାରତବର୍ଷରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ଶିବାନନ୍ଦ ଶତବାର୍ଷିକ ଉଚ୍ଚ ବିଦ୍ୟାଳୟର ପ୍ରାୟ ୮୦ଜଣ ସ୍କାଉଟ ପିଲାମାନେ ନିଜକୁ ସାମିଲ କରିଛନ୍ତି । ସ୍କାଉଟ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍କୁଲଠାରୁ ଏକ ର‌୍ୟାଲିରେ ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ସେମାନେ ହାତରେ ପ୍ଲାକାର୍ଡ ଧରି ସ୍ୱଚ୍ଛ ଭାରତ ବିଷୟରେ ବିଭିନ୍ନ ନାରା ଦେବା ସହିତ ଲୋକଙ୍କୁ ସ୍ୱଚ୍ଛତା କିପରି ସୁଖ, ସମୃଦ୍ଧି, ସଂସ୍କାର ପରିଚାୟକ ହୋଇଥାଏ ସେ ବିଷୟରେ ବୁଝାଇଥିଲେ । ଶେଷରେ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ପରିଷ୍କାର କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର, ଶିକ୍ଷକ ଜଗନ୍ନାଥ ଖିଲାର, ରଞ୍ଜନ ଜେନା, ବାସୁଦେବ ରାଉତ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଲେ ।