ମହିଳା କଂଗ୍ରେସର ମଙ୍ଗ ଧରିଲେ ସୁମିତ୍ରା ଜେନା

ରାଜନୀତି
  • 2018-10-01 19:12:19
  • 228

କାନଭାସ୍ ଓଡିଶା(ବ୍ୟୁରୋ) : ନବନିଯୁକ୍ତ ପ୍ରଦେଶ ମହିଳା କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ଜେନା ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଉପଲକ୍ଷେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମହିଳା କଂଗ୍ରେସ ସଭାପତି ଶ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ନିଜ ବକ୍ତବ୍ୟରେ ନବ ନିଯୁକ୍ତି ଅଧ୍ୟକ୍ଷା ଶ୍ରୀମତୀ ଜେନା କହିଲେ ଯେ ରାଜ୍ୟର ମହିଳା ବର୍ତମାନ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ସେହିପରି ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ମଦର ପ୍ରସାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଗାମୀ ଦିନର ମହିଳା କଂଗ୍ରେସ ଅନ୍ୟାୟ ବିରୁଦ୍ଧରେ ଜୋରଦାର ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଶ୍ରୀମତୀ ଜେନା କହିଥିଲେ । ଆଲୋଚନାରେ ଅଂଶଗ୍ରହଣକରି ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଭୁବନେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର, କଂଗ୍ରେସ ନେତ୍ରୀ ଦିପା ଚୌଧୁରୀ, ସଂଧ୍ୟାରାଣୀ ଦାସ ସାମନ୍ତ, ନିରୁପମା ପାତ୍ର ପ୍ରମୁଖ ମହିଳା କଂଗ୍ରେସକୁ ଆଗାମୀ ଦିନରେ ସୁଦୃଢ଼ କରିାବକୁ ଉପାଦେୟ ପରାମର୍ଶମାନ ଦେଇଥିଲେ । ଭୁବନେଶ୍ୱର ଜିଲା ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରିୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଭୁବନେଶ୍ୱର ଜିଲା କଂଗ୍ରେସ ଓ ଭୁବନେଶ୍ୱର ଜିଲା ମହିଳା କଂଗ୍ରେସ କମିଟି ପକ୍ଷରୁ ନବନିଯୁକ୍ତ ଅଧ୍ୟକ୍ଷା ଶ୍ରୀମତୀ ଜେନାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ୍.ଏ. ପରୱିନ, ଜୟଶ୍ରୀ ପଟ୍ଟନାୟକ, ଶୋଭା ସିଂ, ବିଶ୍ୱକଲ୍ୟାଣୀ କର, ବିଜୟନୀ ତିରିଆ, ସୁସ୍ମିତା ଘୋସାଲ, କଳ୍ପନା ପଣ୍ଡା, କୁସୁମ ପ୍ରଧାନ, ମିତା ରାୟ, ପ୍ରତିମା ମଲ୍ଲିକ, ଭାଗ୍ୟଶ୍ରୀ ପ୍ରଧାନ, ଆରତୀ ସ୍ୱାଇଁ, ସୁଚିତ୍ରା ବେଉରା, ସୂର୍ଯ୍ୟକାନ୍ତ ବାଗ, ଶ୍ରୀୟା ସାହୁ, ପ୍ରମୁଖ ବହୁ ମହିଳା କଂଗ୍ରେସ ନେତ୍ରୀ ଉପସ୍ଥିତ ଥିଲେ ।