ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ଉପରେ ପୋଲିସର ଆକ୍ରମଣ ଘଟଣାକୁ ଭୁବନେଶ୍ୱର ସାମ୍ବାଦିକ ସଂଘର ନିନ୍ଦା

ଟ୍ୱିନ୍ ସିଟି
  • 2018-09-29 16:26:21
  • 251

କାନଭାସ୍ ଓଡିଶା(ବ୍ୟୁରୋ) : ବିଗତ କିଛି ଦିନ ହେବ ସାରା ରାଜ୍ୟରେ ସାମ୍ବାଦିକଙ୍କୁ ଆକ୍ରମଣ ବହୁ ମାତ୍ରାରେ ବୃଦ୍ଧି ପାଇଛି । ସୋର, ବାଲିଆପାଳ ପରେ ପୁରୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସର ବର୍ବର ଆକ୍ରମଣକୁ ନେଇ ରାଜ୍ୟବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ରାଜଧାନୀରେ କାର‌୍ୟ୍ୟରତ ସାମ୍ବାଦିକ ମାନେ ଆନ୍ଦୋଳନକୁ ଓଲ୍ଲହାଇଛନ୍ତି । ଆକ୍ରମଣକାରୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର‌୍ୟ୍ୟାନୁଷ୍ଠାନ ନିଆଯିବା ସହ ସାମ୍ବାଦିକ ସୁରକ୍ଷା ନୀତି କାର‌୍ୟ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଦାବି କରଯାଇଛି । ଗତ କାଲି ପୁରୀ ବଡ଼ଦାଣ୍ଡ ପାଖ ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ପଇସା ଅନୁଯାୟୀ ପେଟ୍ରୋଲ ପରିମାଣ ଅଳ୍ପ ପ୍ରଦାନକୁ ତଥା ଅନିୟମିତତା କୁ କେନ୍ଦ୍ର କରି କିଛି ଉତ୍ୟକ୍ତ ଲୋକ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରିବା ବେଳେ ପୋଲିସ ନିରୀହ ଜନତା ଓ ସାମ୍ବାଦିକ ମାନଙ୍କୁ ମାଡ଼ ମାରି ହାତ ଭଙ୍ଗୀବା , ପିଠିରେ ମାଡ଼ ମାରିବା, ମୋବାଇଲ ଭାଙ୍ଗିବା, ବାଇକ ଭାଙ୍ଗିବା ସହ ସାମ୍ବାଦିକଙ୍କ ପରିଚୟ ପତ୍ର ଛିଣ୍ଡାଇବା ପରି କାର‌୍ୟ୍ୟ କରିଛି । ଏପରି ଘଟଣା ପରେ ଆଜି ପୁରୀ ଏସପି ଅଫିସ ଘେରାଓ କରିଥିଲେ ପୁରୀ ସାମ୍ବାଦିକ ଗଣ । ଏସପି ଏହି ଘଟଣା ପରେ ଦୁଃଖ ପ୍ରକାଶ କରିବା ସହ ପେଟ୍ରୋଲ ପମ୍ପର ସିସି ଟିଭି ଚେକିଙ୍ଗ କରାଜୀବ , ଯେଉଁ ପୋଲିସ ମାନେ ସାମ୍ୱାଦିକ ଙ୍କୁ ମାଡ଼ କରିଛନ୍ତି ସେମାନଙ୍କ ବିରୋଧରେ ଆଇନ ଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ପି ସୂଚନା ପ୍ରଦାନ କରିଛନ୍ତି ।