ଦୁର୍ଗମ ବଣ୍ଡାଘାଟିରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି ବଣ୍ଡା ଯୁବତୀ।

EXCLUSIVE
  • 2018-09-29 05:54:48
  • 269

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ କହିବାକୁ ଗଲେ ଆଦିମ ଜନଜାତି ବଣ୍ଡା ଜନଜାତି।ଯାହାକୁ ଆମେ ବଣ୍ଡା ଘାଟି ବୋଲି ଜାଣିଥାଉ ଯେଉଁଠି ପହଞ୍ଚି ପାରିନି ସରକାର ଙ୍କ ଦ୍ଵାରା ସ୍ୱାସ୍ଥ୍ୟ ସେବା ସେହି ସ୍ଥାନରେ ଆଗେଇ ଆସିଛନ୍ତି କିଛି ବଣ୍ଡା ଯୁବତୀ ନା ଅଛି ସେମାନଙ୍କ ର ଶିକ୍ଷା ନା ଅଛି ସେହିପରି ଅଭିଜ୍ଞତା ତଥାପି ଦୁର୍ଗମ ଅଂଚଳରେ ଯୋଗାଉ ଛନ୍ତି ସ୍ୱାସ୍ଥ୍ୟ ସେବା।ଏମିତି କି ବିଶେଷ କରି ଗର୍ଭବତୀ ମହିଳାମାନଙ୍କ ର ନିର୍ଭୁଲ ସେବା ଯୋଗାଉ ଛନ୍ତି ଏହି ଯୁବତୀ ମନେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଜିଲ୍ଲାର ଖଇରପୁଟ ବ୍ଲକର ବଣ୍ଡା ଘାଟି ଅଣ୍ଡରାହାଲ ପଞ୍ଚାୟତ ର ଡୁମୁରି ପଡ଼ା ଗ୍ରାମରେ କିଛିବର୍ଷ ପୂର୍ବରୁ ଏହି ଗ୍ରାମରେ ଆଶା କିରଣ ତରଫରୁ ଏକ ଛୋଟ ଚିକିତ୍ସାଳୟରେ ଆରମ୍ଭ କରାଯାଇଥିଲା।କିନ୍ତୁ ସେହି ଗ୍ରାମ ଟି ଏତେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଯେଉଁଠି ସରକାରୀ ସ୍ୱାସ୍ଥ୍ୟ ସେବା ପହଁଛି ପାରୁ ନ ଥିଲା। ଆଶା କିରଣ ତରଫରୁ ପ୍ରୟାସ ଆରମ୍ଭକରି ସେହି ଗ୍ରାମର କିଛି ଯୁବତୀ ମାନଙ୍କୁ ଆଶା କିରଣ ତରଫରୁ ସ୍ୱାସ୍ଥ୍ୟ ସେବାର ତାଲିମ ଦିଆ ଯାଇଥିଲା। ତାଲିମ ଦିଆଯିବା ପରେ ଏବେ ସେହି ଯୁବତୀ ମାନେ ଲୋକମାନଙ୍କୁ ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି।ଯାହା ପୁରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବଣ୍ଡାଘାଟିର ଲୋକମାନେ ବାହୁ ଆଶା ବାନ୍ଧିଥିଲେ ଯେ ସ୍ୱାଧୀନତା ପରେ ଆମ ବଣ୍ଡା ଜନଜାତିର ବିଧାୟକ ନିର୍ବାଚିତ ହୋଇଛନ୍ତି ଆମ ବଣ୍ଡାଘାଟିର ମାନ ଚିତ୍ର ପରିବର୍ତ୍ତନ ହେବ। ପରିବର୍ତ୍ତନ ହେବା ପରି ବର୍ତ୍ତେ ସ୍ୱାସ୍ଥ୍ୟ ସେବା ଦିନକୁ ଦିନ ବିଗିଡି ବାରେ ଲାଗିଛି।ଯାହା କୁ ସ୍ୱାସ୍ଥ୍ୟ ସେବାକୁ ଯୋଗାଇ ଆଉଛନ୍ତି ଏହି ଯୁବତୀ ମାନେ।ସେମାନେ କହିବା କଥା ଯେ ଆମେ ଆମର ଲୋକ ମାନଙ୍କୁ ସେବା ଯୋଗାଇ ଆସୁଛୁ ଯୋଗାଉ ଥିବୁ।ଏବଂ ଯଦି ଏଠି ଯଦି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୁଅନ୍ତା ତା ହେଲେ ଆମେ ମାନେ ଆଉ ଟିକେ ଅଧିକ ସେବା ଯୋଗାଇ ପାରନ୍ତୁ ତାହା ଏହି ବଣ୍ଡାଘାଟି ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି କହିଛନ୍ତି।