ପଟିଆ ଓ ମଞ୍ଚେଶ୍ୱର ରେଳଲାଇନ୍ ମଝିରୁ ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର

ଟ୍ୱିନ୍ ସିଟି
  • 2018-09-28 17:45:35
  • 432

କାନଭାସ୍ ଓଡିଶା(ବ୍ୟୁରୋ) : ଆଜି ଦିନ ୧୨.୧୫ ମିନିଟ୍ ସମୟରେ ଭୂବନେଶ୍ୱର ପଟିଆ ଓ ମଞ୍ଚେଶ୍ୱର ରେଳଲାଇନ୍ ମଝିରେ ଥିବା ରେଳ ଲାଇନରୁ ଏକ ଅଚିହ୍ନା ମହିଳାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା । ମଞ୍ଚେଶ୍ୱର ଜି.ଆର.ପି ପୋଲିସ ଉପସ୍ଥିତିରେ ପ୍ରଦୀପ ସେବା ଟ୍ରଷ୍ଟର ସହ ସମ୍ପାଦିକା ତଥା “ଶବରସାଥୀ” ରିତୁରାଣୀ ସାମଲ ମୃତ ମହିଳାଙ୍କ ଶବକୁ ଉଦ୍ଧାର କରି ପ୍ରଦୀପ ସେବା ଟ୍ରଷ୍ଟର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ । ଏହା ଏକ ହତ୍ୟା କି ଆତ୍ମହତ୍ୟା ପୋଲିସ ତଦନ୍ତ ପରେ ଜଣା ପଡିବ ବୋଲି ସୂଚନା ।