ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ

EXCLUSIVE
  • 2018-09-28 17:17:57
  • 424

କାନଭାସ୍ ଓଡିଶା(ବ୍ୟୁରୋ) : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜନୈକ ଅଧ୍ୟାପକ ରଜତ କୁଜୁର ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଛାତ୍ରୀ ମାନଙ୍କ ଉପରେ ଅପରାଧିକ ମାନସିକତା ରଖୂଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରୀମାନେ । ଜଣେ ନିୟମିତ ମଦ୍ୟପ ତଥା ଅଭ୍ୟାସରତ ମହିଳା ଏବଂ ଛାତ୍ରୀମାନଙ୍କୁ ଖରାପ ଦୃଷ୍ଟିରେ ଦେଖିବା, ସର୍ବ ସମ୍ମୁଖରେ ନିୟମ ଉଲଘଂନ କରି ସିଗାରେଟ ଧୁଅଁଅ ଛାଡିବା, ପୂର୍ବରୁ ୨୦୧୬ ମସିହାରେ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସରେ ମଦ୍ୟପାନ କରି ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କ ଆଗରେ ରଜତ କୁଜୁର ଷ୍ଟାମ୍ପ ପେପରରେ ଏହି ପ୍ରକାର ଗତିବିଧି ଆଉ କରିବେ ନାହିଁ ବୋଲି ଏକ ସତ୍ୟପାଠ ଦାଖଲ କରିଥିଲେ । କ୍ୟାମ୍ପସରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଏହିଭଳି ଜଣେ ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି କ୍ୟାମ୍ପସ ପରିସର । ବିଗତ କିଛିଦିନ ତଳେ ଜଣେ ଛାତ୍ରଙ୍କୁ ଯୋରଜବରଦସ୍ତ ମଦ ପିଇବା ପାଇଁ ଡାକିଥିଲେ କିନ୍ତୁ ଛାତ୍ର ଜଣଙ୍କ ମନା କରିବାରୁ ତାଙ୍କ ମୁଣ୍ଡ ମାରି ଫଟାଇ ଦେବା ପରେ ସ୍ଥାନୀୟ ପୁଲିସରେ ଏତଲା ଦେଇ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଉକ୍ତ ପ୍ରଭାବଶାଳୀ ଅସାମାଜିକ ଅଧ୍ୟାପକଙ୍କ ବିରୁଦ୍ଧରେ ଗ୍ରହଣ କରି ନଥିବା ଯୋଗୁଁ ବାଧ୍ୟ ହୋଇ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ ବାଢିଛନ୍ତି ବିଶ୍ୱବିଦ୍ୟାଳୟର ଛାତ୍ରୀ ମାନେ ।