ବିନା ନୋଟିସରେ ବିଏମସିର ହୋର୍ଡିଂ ଉଛେଦକୁ ବିରୋଧ

ଟ୍ୱିନ୍ ସିଟି
  • 2018-09-28 08:03:55
  • 539

କାନଭାସ୍ ଓଡିଶା(ବ୍ୟୁରୋ) : ବିନା ନୋଟିସରେ ବିଏମସିର ହୋର୍ଡିଂ ଉଛେଦକୁ ବିରୋଧକରି ଆଜି ଆଡଭଟାଇଜିଂ କମ୍ପାନୀର କର୍ମଚାରୀ ମାନେ ବିଏମସି ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନଙ୍କ କହିବା କଥା ହେଲା ଆଜକୁ ପ୍ରାୟ ୧୫ ବର୍ଷ ହେଲା ଭୁବନେଶ୍ୱର ମହା ନଗର ନିଗମ ଅଧିନରେ ପ୍ରାୟ ୩୫ରୁ୪୦ ଆଡଭଟାଇଜିଂ କମ୍ପାନୀ ପ୍ରାଇଭେଟ୍ ଘରର ଛାତ ଉପରେ ଏବଂ ଖାଲି ସ୍ଥାନରେ ହୋର୍ଡି ଲଗାଇ ବ୍ୟବସାୟ କରିଆସୁଥିଲେ । ସେଥିପାଇଁ ନିଗମର ଅନୁମତି ନେବା ସଙ୍ଗେ ସଙ୍ଗେ ଡିସପ୍ଲେ ଟ୍ୟାକସ ମଧ୍ୟ ଦେଇଥାନ୍ତି । ପ୍ରତି ବର୍ଷ ଜାନୁଆରୀ ଫ୍ରେବୃଆରୀେ ନିଗମ ଏହି ସବୁ ଏଜେନ୍ସି ମାନଙ୍କୁ ଚିଠି ଦେଇ ଟିକସ ଆଦାୟ କରିଥାଏ । ୧୭-୧୮ ବର୍ଷ ପାଇଁ ମଧ୍ୟ ଏଜେନସି ମାନେ ଅଗ୍ରିମ ଟ୍ୟାକ୍ସ ପଇଠ କରି ଦେଇଛନ୍ତି । କିନ୍ତୁ ଦୁଃଖର ବିଷୟ ବିନା ନୋଟିସରେ ବିଏମସିର ଲେଟରକୁ ଏଜେନ୍ସି ମାନେ ଅପେକ୍ଷା କରିଥିବା ବେଳେ ଏପଟେ ଚାଲିଛି ଦୀର୍ଘ ୧୫ବର୍ଷ ଧରି ପଞ୍ଜିକରଣ ଥିବା ହୋର୍ଡିଙ୍ଗର ଉଛେଦ । ପ୍ରତିବାଦରେ ଏଜେନ୍ସି ମାନେ କମିସନର, ଡେପୁଟି କମିସନର, ଆଡସିନାଲ କମିସନର ତଥା ମେୟରଙ୍କୁ ପ୍ରାୟ ୩/୪ ଥର ଦେଖା କରିବା ପରେ କୈାଣସି ସୁଫଳ ପାଇନଥିଲେ ଯାର ପ୍ରତିବାଦରେ ବିଏମସି ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ଶହଶହ କର୍ମଚାରୀ । ଯଦି ଏହାର ସମାଧାନର ବାଟ କିଛି ବାହାର କରା ନଯାଏ ତେବେ ଆଗକୁ ଏ ଆନ୍ଦୋଳନ ତିବ୍ରତର ହେବ ବୋଲି ସମ୍ପାଦକ ସନନ୍ତ କୁମାର ମହାନ୍ତି ଜଣାଇଛନ୍ତି ।