ମୋବାଇଲ ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ବାଧ୍ୟତାମୁଳକ ନୁହେଁ ।

ଦେଶ ବିଦେଶ
  • 2018-09-27 18:15:27
  • 417

କାନଭାସ୍ ଓଡିଶା(ବ୍ୟୁରୋ) : ନୂଆଦିଲ୍ଳୀ, ଆଧାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଜଷ୍ଟିସ ଏ.କେ ସିକରୀ ପ୍ରଥମେ ନିଜର ପ୍ରତିକ୍ରିୟା ରଖିବା ପରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଏବାବଦରେ ସମ୍ପୂର୍ଣ୍ଣ ରାୟ ଶୁଣାଇବା ପାଇଁ କହିଥିଲେ । ତେବେ ଶ୍ରୀ ମିଶ୍ର କହିଥିଲେ ଯେ, ଆଧାର କାର୍ଡ ସାଧାରଣ ଲୋକମାନଙ୍କ ପରିଚୟ । ଖଣ୍ଡପୀଠ ଆହୁରି କହିଛନ୍ତି ଯେ ‘ଆଧାର’ ପାଇଁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଓ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ। ଏଥିପାଇଁ ଆଧାର ଆଇନ୍‍ର ଧାରା ୫୭କୁ ଖଣ୍ଡପୀଠ ରଦ୍ଦ କରି କହିଛନ୍ତି । ତେଣୁ ଏହା ଉପରେ ଲଗାଯାଇଥିବା ସମସ୍ତ ଆରୋପ ସମ୍ବିଧାନ ବିରୋଧୀ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହା ସହ ଖଣ୍ଡପୀଠ କହିଛନ୍ତି ଯେ, ଅନେକ ଦିନ ହେଲାଣି ଆଧାରକୁ ନେଇ ଆରୋପ ଓ ଅଭିଯୋଗ ବଢିବାରେ ଲାଗିଛି । ଗତବର୍ଷଠାରୁ ଏହା ଅସୁରକ୍ଷିତ ବୋଲି ଅନେକ ଲୋକ ଦାବି କରୁଛନ୍ତି । ତେଣୁ ଏହି ମାମଲାରେ ଆଜି ଏହି ଖଣ୍ଡପୀଠ ଶୁଣାଣି କରିଛନ୍ତି । ଏହା ଗରୀବମାନଙ୍କ ପରିଶ୍ରମରେ ଚାଲିଛି । ତେବେ ଆଜି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କେଉଁଥିରେ ଆଧାର କାର୍ଡ ବାଧ୍ୟତାମୂଳକ ଓ କେଉଁଠାରେ ଆଧାର ବାଧ୍ୟତା ମୂଳକ ନୁହେଁ । ତେବେ ଜାଣିରଖନ୍ତୁ କେଉଁଠାରେ ଆଧାର ବାଧ୍ୟତା ନୁହେଁ କାହା ପାଇଁ ଜରୁରୀ ଆଧାର ୧- ପାନ୍‍ ନଂ ସହିତ ଆଧାର ଲିଙ୍କ ୨-ଆୟକର ରିଟର୍ଣ୍ଣ ୩-ଜନକଲ୍ୟାଣକାରୀ ଯୋଜନା ଓ ରିହାତିର ସୁବିଧା ଆଧାର ଜରୁରୀ ନୁହେଁ ୧- ବ୍ୟାଙ୍କ ଆକାଉଣ୍ଟ ଖୋଲିବା ୨- ମୋବାଇଲ୍‍ ସିମ୍‍ କାର୍ଡ କିଣିବା ୩- ଇକମର୍ସ ୪- ବିଦ୍ୟାଳୟରେ ନାମ ଲେଖା ୫- ସିବିଏସ୍‍ସି, ୟୁଜିସି ଓ ନିଟ୍‍ ପରୀକ୍ଷା କଣ କହିଲେ ଚନ୍ଦ୍ରଚୂଡ଼ ଅପରପକ୍ଷରେ ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ ଯେ ‘ଆଧାର’ ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ କରୁଛି। ‘ଆଧାର’ରେ ସଂଗୃହୀତ ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିହେବ। ‘ଆଧାର’ ପାଇଁ ଆବଶ୍ୟକ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପୂର୍ବରୁ ତଥ୍ୟ ପ୍ରଦାନକାରୀଙ୍କ ଅନୁମତି ଆଣିବାର ବ୍ୟବସ୍ଥା ନାହିଁ। ‘ଆଧାର କାର୍ଡ’ ଆଧାରରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି ଯାହା ଗ୍ରହଣୀୟ ନୁହେଁ। ସେହିପରି ‘ଆଧାର ବିଧେୟକ’କୁ ‘ବିତ୍ତୀୟ ବିଧେୟକ’ ଭାବେ ପାରିତ କରାଯାଇଛି। କିନ୍ତୁ ଏହା ଏକ ବିତ୍ତୀୟ ବିଧେୟକ ନୁହେଁ। ‘ଆଧାର’କୁ ଲୋକସଭା ବାଚସ୍ପତି ‘ବିତ୍ତୀୟ ବିଧେୟକ’ ଭାବେ ବର୍ଗୀକରଣ କରିଥିବାରୁ ବିଧେୟକ ଉପରେ ଆଲୋଚନା ପ୍ରସଙ୍ଗରେ ରାଜ୍ୟସଭାର କ୍ଷମତା ସଂକୁଚିତ ହୋଇଛି।। ତେଣୁ ଏହାର କୌଣସି ସାମ୍ବିଧାନିକ ବୈଧତା ନାହିଁ। ବ୍ୟାଙ୍କ ଆକାଉଣ୍ଟ ଓ ସିମ୍‍ କାର୍ଡ ପାଇଁ ଆଧାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ଗ୍ରାହକଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ଗ୍ରାହକମାନେ ସେମାନଙ୍କ ଆଧାର ନମ୍ବର ଡିଲିଙ୍କ କରିବା ପାଇଁ ବ୍ୟାଙ୍କ ଶାଖା, ମୋବାଇଲ୍‍ ସେବା ପ୍ରଦାନକାରୀ ସଂସ୍ଥା, ବୀମା ସଂସ୍ଥା, ମ୍ୟୁଚୁଆଲ୍‍ ଫଣ୍ଡ ସଂସ୍ଥାଙ୍କୁ କହିପାରିବେ। ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଉପଭୋକ୍ତାମାନେ ସେମାନଙ୍କ ଆଧାର ନମ୍ବର ଡିଲିଙ୍କ କରିବା ପାଇଁ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ବାଧ୍ୟ କରିପାରିବେ। ଯେଉଁଠାରେ ନିତାନ୍ତ ଆବଶ୍ୟକ ସେଠାରେ ପରିଚୟ ପତ୍ରର ବିକଳ୍ପ ଭାବରେ ଉପଭୋକ୍ତାଙ୍କୁ ପାସ୍‍ପୋର୍ଟ, ଭୋଟର ପରିଚୟପତ୍ର କିମ୍ବା ବ୍ୟାଙ୍କ ଷ୍ଟେଟ୍‍ମେଣ୍ଟ ଦେବାକୁ ପଡ଼ିବ। ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଆଧାର ଡିଲିଙ୍କ ପାଇଁ ଟେଲିକମ୍‍ ମନ୍ତ୍ରାଳୟ ଓ ଆରବିଆଇର ବିଜ୍ଞପ୍ତିକୁ ଅପେକ୍ଷା କରିବାକୁ ପଡ଼ିବ।