ସରକାରଙ୍କୁ ଟାର୍ଗେଟ କଲେ ମାଓବାଦୀ

EXCLUSIVE
  • 2018-09-27 06:40:12
  • 434

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି: ପ୍ରଥମେ ଅଡିଓ ଟେପ ଏବଂ ଏବେ ଚିଠି ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଗୁରୁପ୍ରିୟା ସେତୁକୁ ପୁଣି ମାଓବାଦୀଙ୍କ ବିରୋଧ। ସୂଚନାମୁତାବକ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଗୁରୁପ୍ରିୟା ସେତୁକୁ ପୁଣି ମାଓବାଦୀମାନେ ଗିରଫ କରି ଗଣମାଧ୍ୟମକୁ ଚିଠି ଲେଖିଛନ୍ତି । ଏମକେଭିବିଡି ମାଓ ସଙ୍ଘଠନ ଏ ସଂପର୍କରେ ଗଣମାଧ୍ୟମକୁ ଚିଠି ଲେଖି କହିଛନ୍ତି, ଆଦିବାସୀଙ୍କ ବିକାଶ କରିବା ପାଇଁ ନୁହେଁ, ବରଂ ବିନାଶ ପାଇଁ ନିର୍ମାଣ କରାଯାଇଛି ଗୁରୁପ୍ରିୟା ସେତୁ। ବିଚ୍ଛିନ୍ନାଞ୍ଚଳର ପ୍ରାକୃତିକ ସମ୍ପଦ ଚୋରି ପାଇଁ ଏହି ବ୍ରିଜ ନିର୍ମାଣ କରାଯାଇଛି। ମାଓବାଦୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବାଲିମେଳାରୁ ଅଧିକ ବିଦ୍ୟୁତ ଉତ୍ପାଦନ ପାଇଁ ଡ୍ୟାମରେ ଅଧିକ ପାଣି ରଖାଯାଉଛି। ଏହା ଦ୍ୱାରା ୭ଟି ପଞ୍ଚାୟତ ଅନ୍ତର୍ଗତ ୧୫୧ ଖଣ୍ଡ ଗ୍ରାମର ଫସଲ ନଷ୍ଟ ହୋଇଛି। ଏହାର କ୍ଷତିପୂରଣ ଆଦିବାସୀଙ୍କୁ ଦେବା ପାଇଁ ଦାବି କରାଯାଇଛି।