ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମନୋମାନିନୀର ୨୬ତମ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ

ମନୋରଞ୍ଜନ
  • 2018-09-26 19:30:34
  • 430

କାନଭାସ୍ ଓଡିଶା(ବ୍ୟୁରୋ) : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମନୋମାନିନୀର ୨୬ତମ ସାଂସ୍କୃତିକ ଉତ୍ସବ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ଡଃ ଅନନ୍ତ ଚରଣ ସାହୁଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବରେ ଲୋକସଭା ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ, ଶିଳ୍ପୀ ଗୁରୁ ତଥା ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ଡଃ ରଘୁନାଥ ମହାପାତ୍ର, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ବରିଷ୍ଠ ପ୍ରଶାସକ ଶ୍ରୀ ଆଜାଦ ହିନ୍ଦ୍ ପାଣିଗ୍ରାହୀ, ପ୍ରୟାସ ଅଧ୍ୟକ୍ଷ ଶ୍ରୀଯୁକ୍ତ ବନମହାନ୍ତି, ମୋଟିଭେଟର ଡଃ ହରପ୍ରସନ୍ନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ବିଭୁତି ଭୂଷଣ ସ୍ମୃତି ନାଟ୍ୟ ସମ୍ମାନ ମନୋମାନିନୀ ଦ୍ୱାରା ଆରମ୍ଭ ହୋଇଥିବା ନାଟ୍ୟ ସମ୍ମାନ ନାଟ୍ୟକାର ଇଂ. ବ୍ରଜକିଶୋର ମହାନ୍ତି, ପାଲା ଗାୟକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ଛୋଟରାୟ, ମଞ୍ଚଅଭିନେତା ଫଗୁବଲ୍ଲଭ ଧଳ, ଦୂରଦର୍ଶନ ଧାରାବାହିକ ଅଭିନେତା ଶ୍ରୀଯୁକ୍ତ କୈଳାସ ପାଣିଗ୍ରାହୀ ଏବଂ ଅନନ୍ତ ନାରାୟଣ ମିଶ୍ର, ଓଡିଶୀ ଗୁରୁ ଶ୍ରୀ ନିରଞ୍ଜନ ରାଉତ, ସଂଳାପ ଲେଖକ ଶ୍ରୀଯୁକ୍ତ ଦିଲ୍ଲୀପ ଚୈାଧୁରୀ ପ୍ରଭୁତିଙ୍କୁ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ନାଟକ ‘ପେଣ୍ଟେଡେ ମେଡିସିନି’ ମଞ୍ଚସ୍ଥ ହୋଇଥିଲା । ପରେ ପରେ ଅନୁଷ୍ଠାନର ଶିଶୁ କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରି ବେଷଣ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଦିଲ୍ଲୀପ ମିଶ୍ର ଓ ଶୁଭଦିପ ଶର୍ମା ଶେଷରେ ଅନୁଷ୍ଠାନର ଉପସଭାପତି ସାଧୁଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।