ବ୍ୟକ୍ତିଗତ ଜାଗାରେ ବି ଏସ୍ ଏଫ୍ କ୍ୟାମ୍ପ୍

ତାଜା ଖବର
  • 2018-09-25 20:56:12
  • 490

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲ୍ଲା ରେ ମାଓ ଦମନ ପାଇଁ ଉଭୟ ରାଜ୍ୟ ଓଡ଼ିଶା ଓ କେନ୍ଦ୍ର ସରକାର ମାଓ ଅଧ୍ୟୁଷିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ବି ଏସ୍ ଏଫ୍ କ୍ୟାମ୍ପ୍ ସ୍ଥାପନ କରିଛନ୍ତି। ଜିଲ୍ଲା ରେ ମୋଟ ୨୪ ଟି ବିଏସଏଫ କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇଛି। ତେବେ ଏହି ୨୪ ଟି ବିଏସଏଫ କ୍ୟାମ୍ପ୍ ମଧ୍ୟରୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି ୭୯ ରେ ପ୍ରତିଷ୍ଠା ହୋଇଥିବା ବିଏସଏଫ କ୍ୟାମ୍ପ୍ କୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏମଭି ୭୯ ଗ୍ରାମ ରେ ସରକାରୀ ଜମି ବଦଳରେ ଏକ ବ୍ୟକ୍ତିଗତ ଜମି ଉପରେ ବିଏସଏଫ କ୍ୟାମ୍ପ୍ ପ୍ରତିଷ୍ଠା ହୋଇ ଥିବା ଅଭିଯୋଗ ଆଣିଛନ୍ତି ଜଣେ ୭୦ ବର୍ଷୀୟ ବ୍ୟୟ ବୃଦ୍ଧା। କାଲିମେଳା ବ୍ଲକ ଏମଭି ୭୯ ଗ୍ରାମର ୭୦ ବର୍ଷୀୟ ବ୍ୟୟ ବୃଦ୍ଧା ଜଣକ ହେଲେ ବେଦନା ବାରୋଇ। ବେଦନା ବାରୋଇ ଙ୍କ ଅଭିଯୋଗ ଯେ ସେ ଉକ୍ତ ଜମି ରେ ଦୀର୍ଘ ବର୍ଷ ଧରି ଚାଷ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ ଏବେ ବିଏସଏଫ କ୍ୟାମ୍ପ୍ ସେଠାରେ ପ୍ରତିଷ୍ଠା ହେବା ପରେ ନିଜ ର ଗୁଜୁରାଣ ମେଣ୍ଟାଇବାକୁ ଥିବା ଏକ ମାତ୍ର ପନ୍ଥା ଏବେ ସେ ହରାଇ ବସିଛନ୍ତି। ପ୍ରାୟ ଦେଢ ଏକ ର ର ଚାଷ ଜମି ରେ ଚାଷ୍ କରିକି ନିଜ ପେଟ ପାଟଣା ପୋଷୁ ଥିଲେ ବୁଢ଼ୀ ଜଣଙ୍କ। ବରମ୍ବାର ଏ ସମ୍ପର୍କରେ ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏସପି ଙ୍କ ନିକଟରେ ଅଭିଯୋଗ କରିକି ତାଙ୍କୁ ମିଳିଛି କେବଳ ପ୍ରତିଶ୍ରୁତି।ଏ ସମ୍ପର୍କରେ ଆମେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକାରୀ(ଏସପି) ଜଗମୋହନ ମିନା ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ 'ସେ କାର‌୍ୟ୍ୟ ରେ ଯୋଗ ଦେବା ପୂର୍ବରୁ ଏ ଅଭିଯୋଗ ହୋଇଥାଇପାରେ ତେଣୁ ଏ ସମ୍ପର୍କରେ ଅବଗତ ନାହାନ୍ତି ପୁଣି ତାଙ୍କ ନିକଟରେ ଅଭିଯୋଗ କରାଗଲେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।