ନାରୀକୁ ସ୍ୱାଭିମାନ ସହ ପ୍ରକୃଷ୍ଟ କରିବାର ଗଙ୍ଗାଧର ସାହିତ୍ୟରେ ଏକ ଅଭିନବ ନିଦର୍ଶନ ‘ତପସ୍ୱିନୀ’

ମନୋରଞ୍ଜନ
  • 2018-09-25 18:24:12
  • 278

କାନଭାସ୍ ଓଡିଶା(ବ୍ୟୁରୋ) : ଜନ୍ମରୁ ମୃତ୍ୟୁ ଯାଏ ନାରୀର ଜୀବନଯାତ୍ରା କୈାଣସି ତପସ୍ୟାରୁ କମ୍ ନୁହେଁ, ରାମାୟଣ ପରି ଗୋଟାଏ ପୈାରାଣିକ କଥାବସ୍ତୁର ନାୟିକା ସିତାଙ୍କୁ ଆଧାର କରି ନାରୀକୁ ତା’ର ଆତ୍ମଶକ୍ତି ସହିତ ପରିଚିତ କରିବା, ପ୍ରକୃତି ଓ ମଣିଷ ମଧ୍ୟରେ ଅନନ୍ୟ ସମ୍ପର୍କ ତଥା ନାରୀକୁ ସ୍ୱାଭିମାନ ସହ ପ୍ରକୃଷ୍ଟ କରିବାର ଗଙ୍ଗାଧର ସାହିତ୍ୟରେ ଏକ ଅଭିନବ ନିଦର୍ଶନ ‘ତପସ୍ୱିନୀ’ । ପ୍ରତ୍ୟେକ ନାରୀ ଭିତରେ ଏକ ସୀତାର ସଞ୍ଚାର କରି କର୍ତ୍ତବ୍ୟ ପଥରେ ତପସମ ଅଗ୍ରସର ହେବାର ପ୍ରେରଣା ଦିଏ ‘ତପସ୍ୱିନୀ’ । ଆଗାମୀ ଭବିଷ୍ୟତ ପାଇଁ ସ୍ୱାଭଲମ୍ବି ହେବାର ବାର୍ତ୍ତା ଆଣେ ‘ତପସ୍ୱିନୀ’ । ସେହି କାଳଯୟୀ ମହାକାବ୍ୟ, ନାରୀ ସଶକ୍ତିକରଣ ସହିତ ପ୍ରକୃତି ଓ ପରିବେଶର ସୁରକ୍ଷା କଥା ବସ୍ତୁକୁ ନେଇ ରବୀନ୍ଦ୍ର ମଣ୍ଡପରେ ଅଦୃଶ୍ୟ ନାଟ୍ୟ ଆଶ୍ରମ, ସମ୍ବଲପୁରର କଳାକାର ମାନେ ମଞ୍ଚସ୍ଥ କରିଥିଲେ ନାଟକ ‘ତପସ୍ୱିନୀ’ । ନାଟକର ରଚନା ଅଶୋକ କୁମାର ବହିଦାର କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଅତିଶ କୁମାର ଶତପଥି । ଅତିଥି ଭାବେ ବିଶିଷ୍ଟ ଅଭିନେତା ନିର୍ଦେଶକ ଅଜିତ ଦାସ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳକାନ୍ତ ମିଶ୍ର ଯୋଗ ଦେଇଥିଲେ ।