"କନ୍ୟା ଅନମୋଲ ହେ" ତରଫରୁ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ

ଟ୍ୱିନ୍ ସିଟି
  • 2018-09-22 19:12:39
  • 261

କାନଭାସ୍ ଓଡିଶା(ବ୍ୟୁରୋ) : ଶନିବାର ଦିନ ଭୁବନେଶ୍ବର ସ୍ଥିତ ୯ନମ୍ବର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ "କନ୍ୟା ଅନମୋଲ ହେ" ତରଫରୁ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ପାଳନ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଂଜିତା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ୟା ଅନମୋଲ ହେ ର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ସରୋଜ ଦାସ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କନ୍ୟାସନ୍ତାନ ର ବିକାଶ ନିମନ୍ତେ ରାଷ୍ଟ୍ର ର ଭୁମିକା ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରତ୍ୟେକ ମୁହୂର୍ତ୍ତ କନ୍ୟା ର ମୁହୂର୍ତ୍ତ, ପ୍ରତ୍ୟେକ ଦିବସ କନ୍ୟା ର ଦିବସ...ତେଣୁ କନ୍ୟା ସନ୍ତାନ ର ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ଅନୁଷ୍ଠାନର ସଭାପତି ଶ୍ରୀମତୀ ଅମିୟବାଳା ପରିଡ଼ା।ଏହି ଉପଲକ୍ଷେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ମଧ୍ୟରେ "କନ୍ୟା ଅନମୋଲ ହେ"ଶୀର୍ଷକ ବିଷୟ ଉପରେ ଏକ ତର୍କ ପ୍ରତିଯୋଗିତା କରାଯାଇଥିଲା ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ରାଜ୍ୟସଂଯୋଜକ ସାଗର ଦାସ ,ସଂଯୋଜିକା ଅର୍ଚନା ପାଣିଗ୍ରାହୀ,ସଦସ୍ୟ ଦେବାଶିଷ ମହାପାତ୍ର,ପ୍ରଭଞ୍ଜନ ମିଶ୍ର,ରୋଜା ଘୋଷ ଏବଂ ଛାତ୍ର ବି.ଜେ. ଡି.ର ଜିଲ୍ଲା ସମ୍ପାଦିକା ଦେବସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।