ଦିପ୍ତୀ ରାଉତ ରାଏଙ୍କ ଓଡିଶୀ ନୃତ୍ୟ ମହୋତ୍ସବ-୨୦୧୮

ମନୋରଞ୍ଜନ
  • 2018-09-18 11:46:56
  • 434

କାନଭାସ୍ ଓଡିଶା(ବ୍ୟୁରୋ) : ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ଶ୍ରୀମତୀ ଦିପ୍ତୀ ରାଉତ ରାଏଙ୍କ ଦ୍ୱାରା ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଭଞ୍ଜକଳା ମଣ୍ଡପଠାରେ ଓଡିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବରେଣ୍ୟ ଅତିଥି ପଦ୍ମଶ୍ରୀ ପ୍ରୟମ୍ବଦା ମହାନ୍ତି ହେଜମାଦି, ଗୁରୁ ରାମହରି ଦାସ, ଗୁରୁ ଧନେଶ୍ୱର ସ୍ୱାଇଁ, ବିଶିଷ୍ଟ ନାଟ୍ୟକାର ଶ୍ରୀ ପ୍ରଦୀପ ବିଶ୍ୱାଳ, ଗୁରୁ ପ୍ରଫୁଲ୍ଲ ରାଏ, ଗୁରୁ ସରୋଜ ମହାପାତ୍ର, ଗୁରୁ ଗଜେନ୍ଦ୍ର ପଣ୍ଡା ଏବଂ ଦିପ୍ତୀ ମିଶ୍ର ଯୋଗ ଦେଇଥିଲେ । ପ୍ରଥମେ ରାମ ମଙ୍ଗଳାଚରଣ ଏବଂ ପରେ ଅଭିନୟରେ ନାହିଁକେ କରିଦେଲା ଦିପ୍ତୀଙ୍କ ପରିବେଷଣ ଖୁବ୍ ଉଚକୋଟୀର ଥିଲା । ତାଙ୍କର ନିଖୁଣ ନୃତ୍ୟ ଓ ଅଭିନୟ ସମସ୍ତଙ୍କୁ ମନ୍ତ୍ର ମୁଗଧ କରିଦେଇଥିଲା । ପରେ ପରେ ବିଶିଷ୍ଟ ନୃତ୍ୟଗୁରୁ ଶ୍ରୀ ଦୁର୍ଗା ଚରଣ ରଣବିର ଅଭିନୟରେ ମୀନ ନୟନା ପରିବେଷଣ କରିଥିଲେ । ଏହା ପରେ ନୃତ୍ୟଶିଳ୍ପୀ ଶ୍ରୀମତୀ ସଙ୍ଗୀତା ଦାଶ ପଲ୍ଲବୀ ଏବଂ ଅଭିନୟରେ ନବ ନବିନାରେ ପରିବେଷଣ କରିଥିଲେ । ଲକି ପ୍ରତିଷ୍ଠା ମହାନ୍ତି ଅଭିନୟରେ କି ଶୋଭାଗୋ କୁଞ୍ଜେ, ସସ୍ମିତା ମହାନ୍ତି ଭଙ୍ଗି ଚାହାଁ ଓ ଗୁରୁ ପିତାମ୍ବର ବିଶ୍ୱାଳ ବନମାଳିଙ୍କ ରଚନାରୁ କି ରଙ୍ଗେ ଚାହିଁଲା ନବ ଘନ କାଳିଆ ଅଭିନୟ ପରିବେଷଣ କରିଥିଲେ । ଏଥିରେ ସଙ୍ଗୀତାଂଶରେ ସହଯୋଗିତା କରିଥିଲେ କଣ୍ଠରେ ସୁକାନ୍ତ କୁମାର କୁଣ୍ଡୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବନ୍ଦିତା ରାଏ, ହର ପ୍ରିୟା ସ୍ୱାଇଁ, ମର୍ଦ୍ଦଳରେ ଗୁରୁ ନିରଞ୍ଜନ ପାତ୍ର ଓ ଶିବାନନ୍ଦ ବାରିକ, ବେହେଲାରେ ପ୍ରଦୀପ କୁମାର ରାଏ, ବଂଶିରେ ଅଭିରାମ ନନ୍ଦ, ମଞ୍ଚ ପରିଚାଳନା କରିଥିଲେ ଡାଃ. ମୃତ୍ୟୁଞ୍ଜୟ ରଥ ।