ଷ୍ଟାର ୟୁଥ କ୍ଲବର ବାର୍ଷିକ ଉତ୍ସବ

ପୂଜାପାର୍ବଣ
  • 2018-09-17 15:00:00
  • 440

କାନଭାସ୍ ଓଡିଶା(ବ୍ୟୁରୋ) : ଖୋରଧା ଜିଲ୍ଲା ଚିଲିକା ବ୍ଲକ୍ ତାରିମି ଗ୍ରାମରେ ଗଣେଷ ପୂଜା ପାଳନ ସହ ଷ୍ଟାର ୟୁଥ୍ କ୍ଲବର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୁପେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ, ସମ୍ମାନୀତ ଅତିଥି ରୁପେ ସ୍ଥାନୀୟ ସରପଚଂ, ଯୁବ ସାମ୍ବାଦିକ ମନୋଜ ନାଇଡୁ, ଅମ୍ବିକା ପ୍ରସାଦ ଦାସ ଓ ଗ୍ରାମର ମୁଖିଆ ଯୋଗ ଦେଇଥିଲେ । ମଚାଂସୀନ ଅତିଥି ମାନଙ୍କୁ କ୍ଲବର ସଭ୍ୟ ମାନେ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ମାନୀତ କରିଥିଲେ । ଆଜିର ସମାଜରେ ଯୁବ ଗୋଷ୍ଠୀ ପାଶ୍ଚାତ୍ୟ ସଂସ୍କୃତିକୁ ଆଦରି ନେଉଥିବା ବେଳେ ତାରିମି ଗ୍ରାମର ଏହି ଯୁବକ ମାନଙ୍କର ଅଭିନବ ପ୍ରୟାସ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଯୁବ ସାମ୍ବାଦିକ ମନୋଜ ନାଇଡୁ ତାଙ୍କ ଅଭିଭାଷଣରେ କହିଥିଲେ । ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ସହ ବେଶ ଉଚ୍ଚ କୋଟୀର ନାଚ ଗୀତକୁ ଉପସ୍ଥିତ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ । REPORTER- SHANKAR BEHERA, TANGI ID NO- CO002