ବିଜେଡିରୁ ବହିଷ୍କାର ହେବା ପରେ ମୁହଁ ଖୋଲିଲେ ଦାମ, ଫେସବୁକରେ ପ୍ରଶ୍ନ ପଚାରିଲେ ଦାମ ବାବୁ ।

ରାଜନୀତି
  • 2018-09-12 16:21:26
  • 411

କାନଭାସ୍ ଓଡିଶା(ବ୍ୟୁରୋ) : ବିଜେଡିରୁ ବହିଷ୍କୃତ ହେବା ନେଇ ସେ ବିବତ୍ର ନୁହଁନ୍ତି ବୋଲି କହିବା ସହ ପାଲଟା ପ୍ରଶ୍ନ କରିଛନ୍ତି, ବିଜୁ ଜନତା ଦଳରେ ସଭାପତି କିଏ? ନୈତିକତା ଦୃଷ୍ଟିରୁ ନବୀନ ସଭାପତି ନୁହଁନ୍ତି ଓ ସ୍ଥିତି ଦେଖି ନବୀନ ନୀତି ବଦଳାଇବା ଲୋକ ବୋଲି କହିବାକୁ ଭୁଲିନାହାନ୍ତି ଦାମ । ଏହାଛଡା ନବୀନଙ୍କ ସହ ବିଜୁ ଅମଳର କେଉଁ ଲୋକ ଅଛନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ବିଜେଡିରେ ସମ୍ବିଧାନ ନଥିବା ବୋଲି କହିଛନ୍ତି ଦାମ । ଦୁର୍ନୀତି ସର୍ମ୍ପକରେ ମୁହଁ ଖୋଲିବାରୁ ଏଭଳି ପରିସ୍ଥିତି ହୋଇଛି । ଯାହାର ଜବାବ ଅଗାମୀ ଦିନରେ ଓଡିଶାବାସୀ ଦେବେ । ଯେଉଁ ଦୁନୀର୍ତି ପ୍ରସଙ୍ଗକୁ ନେଇ ଦଳରୁ ତାଙ୍କୁ ବହିଷ୍କୃତ କରାଯାଇଛି ଏବେ ସେହି ପ୍ରସଙ୍ଗକୁ ଅଧିକ ତ୍ରୀବତର କରିବି ବୋଲି ଦାମ ଗଣମାଧ୍ୟମରେ କହିଛନ୍ତି । ଦଳର ପରିଚାଳନା ଠାରୁ ଆରମ୍ଭ କରି ନେତୃତ୍ୱଙ୍କ କର୍ତ୍ତୃତ୍ୱ ଉପରେ ଲଗାଇଛନ୍ତି ବଡ ପ୍ରଶ୍ନବାଚୀ । ଖାଲି ଗଣମାଧ୍ୟମରେ ନୁହେଁ, ବରଂ ସୋସିଆଲ ମିଡିଆ ଅର୍ଥାତ୍ ଫେସବୁକ ଜରିଆରେ ନିଜ ଉକ୍ତି ରଖିବାକୁ କରିଛନ୍ତି ଉଦ୍ୟମ । ଦାମୋଦର ରାଉତ ନିଜ ଫେସବୁକ ପେଜରେ ଉଠାଇଛନ୍ତି ଅନେକ ପ୍ରଶ୍ନ । ଦଳରୁ ବହିଷ୍କୃତ ହେବା ପରେ ଫେସବୁକରେ ପ୍ରଥମ ପୋଷ୍ଟ କରି ଦାମ ବାବୁ କହିଥିଲେ, ଦୁର୍ନୀତି ଗୁଡିକର ତଦନ୍ତ ନକରି ପଦକ୍ଷେପ ନେବା କେତେ ଯୁକ୍ତି ଯୁକ୍ତ? ସତ୍ୟକୁ ସାମ୍ନା କରିବାକୁ ଏତେ ଡର କାହିଁକି? ଧନ୍ୟବାଦ, ମୁଁ କହିଥିବା ପ୍ରସଙ୍ଗ ଗୁଡିକ ଦଳବିରୋଧୀ ଥିଲା, ନା ଦୁର୍ନୀତି ବିରୋଧୀ ଥିଲା, ତାହା ଓଡିଶାବାସୀ ବିଚାର କରିବେ ।