ବିଜେଡିରୁ ବହିଷ୍କୃତ ହେଲେ ଦାମ !

ରାଜନୀତି
  • 2018-09-12 20:09:49
  • 418

କାନଭାସ୍ ଓଡିଶା(ବ୍ୟୁରୋ) : ଗତ କିଛିଦିନ ହେବ ଲଗାତର ଶାସକ ଦଳକୁ ଟାର୍ଗେଟ ପରେ ଆଜି ବିରୋଧୀମାନଙ୍କୁ ଟାର୍ଗେଟ କରିଛନ୍ତି ଦାମ ରାଉତ । ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇ ବିରୋଧୀଙ୍କୁ ଆକ୍ରମଣ କରିଛନ୍ତି ଦାମ । ଦୁର୍ନୀତିର ପର୍ଦ୍ଦାଫାଶ କରିବା ବିରୋଧୀଙ୍କ କାମ, ଯାହାକି ବିରୋଧୀମାନେ କରୁନାହାନ୍ତି ବୋଲି ଦାମ କହିଛନ୍ତି । ସରକାର କି ଦଳ ନାଁରେ କିଛି କହିନଥିବା ଦାମ କହିଛନ୍ତି । କିଛି ଅଫିସର ଠିକରେ କାମ କରୁନାହାନ୍ତି, ତେଣୁ ହେରାଫେରି ହେଉଛି ବୋଲି ସେ କହିଛନ୍ତି । ଦୁର୍ନୀତିର ପର୍ଦ୍ଦାଫାଶ ହେବା ଦରକାର । ତେଣୁ ଦୁର୍ନୀତି ସମ୍ପର୍କରେ ସେ କହିଥିବା କହିଛନ୍ତି । ସେହିପରି ଚାରା ସ୍କାମରେ ଦୁର୍ନୀତି କରିଥିବା ଲୋକଙ୍କୁ ସସପେଣ୍ଡ କରିଥିଲେ । କିନ୍ତୁ ତାଙ୍କୁ ପୁନଃ ନିଯୁକ୍ତି ଦେଇ ତାଙ୍କୁ ଦଳରୁ ବିଦା କରିଥିବା ଦାମ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ଦଳ ଓ ସରକାର ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ଦାମୋଦର। ଚାରା, ଓମ୍‌ଫେଡ୍‌, ସମବାୟ, ସ୍ୱାସ୍ଥ୍ୟ ବିଭାଗରେ କେଳେଙ୍କାରୀ ହୋଇଛି ବୋଲି ଅଭିଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ଗର୍ଜୁଥିଲେ । ଠିକ୍‌ ଏମିତି ଏକ ସମୟରେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଦାମଙ୍କୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ସହିତ ଯୋଡିଥଲେ । ନବୀନଙ୍କୁ ଦେଇଥିବା ଅଭିଯୋଗ ଜରିଆରେ କହିଛନ୍ତି, ଟିଟୋ ଲିଙ୍କ୍‌ରେ ଗିରଫ ହୋଇଥିବା ବାପୁ ପରିଡା ସପକ୍ଷରେ ମନ୍ତବ୍ୟ ଦେଇଥିଲେ ଦାମୋଦର। ପାରାଦୀପରେ ଜୁଲମ କରିଛନ୍ତି। ତିର୍ତ୍ତୋଲର ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା କଂଗ୍ରେସର ୨୦୦୦ ମସିହାରୁ ବହୁ ପୁରୁଣା କର୍ମୀଙ୍କୁ ପୌର ପରିଷଦ ସଭାନେତ୍ରୀ କରାଇଛନ୍ତି। ଦଳର ରାଜ୍ୟ ସଭାପତିଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ ଭୁଲୁନାହାନ୍ତି। କେବଳ ସେତିକି ନୁହେଁ, ଲୋକସଭା ସାଂସଦ କୁଳମଣି ଦାସଙ୍କୁ ପ୍ରଭାବିତ କରି ଜଗତସିଂହପୁର ଓ ନାଉଗାଁ ଅଞ୍ଚଳରେ କୌଣସି କାର୍ଯ୍ୟରେ ସହଯୋଗ ନ କରିବାକୁ ପ୍ରବର୍ତାଉଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ଦାମ କହିଛନ୍ତି ଯେ, ନବୀନ ବାବୁ ବହୁତ ଭଲ ଲୋକ । ସେ ଏକାଧାରରେ ଲେଖକ ଓ ଚିତ୍ରକର । ନବୀନ ସ୍ୱଚ୍ଛ କହି ତାଙ୍କୁ କ୍ଲିନଚିଟ୍ ପ୍ରଦାନ କରିଛନ୍ତି ଦାମ । କିନ୍ତୁ ଫଳ ହେଲା ଓଲଟା, ଓଲଟି ଦଳରୁ ବିଦାହେବାକୁ ପଡିଲା ଦାମ ବାବୁଙ୍କୁ । ଦାମ ରାଉତଙ୍କୁ ଦଳରୁ ବହିଷ୍କୃତ କରାଯିବ ବୋଲି ଯେଉଁ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଦାମଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ବିଜେଡି ପକ୍ଷରୁ ଜାରି କରାଯାଇଛି । ଏନେଇ ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି । ଦାମ ବାରମ୍ବାର ଦଳବିରୋଧୀ ବୟାନ ଦେଉଥିବାରୁ ସୋମବାର ଜଗତସିଂହପୁରର ଦୁଇ ବରିଷ୍ଠ ନେତା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଆଉ ଏହାପରେ ଗତକାଲି ବାଲିକୁଦା-ଏରସମାରୁ ବିଜେଡି କର୍ମୀ ମାନେ ଆସି ଦାମଙ୍କ ବିରୋଧରେ ନବୀନଙ୍କ ନିକଟରେ ଅଭିଯୋଗ କରିଥିଲେ । ଆଉ ଏହାପରେ ନବୀନ ମଧ୍ୟ ଅଭିଯୋଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଶେଷରେ ଦଳରୁ କିକ୍ ଖାଇଲେ ଦାମ ।