କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ, ସତ୍ୟବାଦୀ

ରାଜନୀତି
  • 2018-09-12 18:52:35
  • 429

କାନଭାସ୍ ଓଡିଶା(ବ୍ୟୁରୋ) : ଆଜି ସତ୍ୟବାଦୀ ବ୍ଲକ ଛକ ନିକଟ ରେଖରାଣୀ କଲ୍ୟାଣି ମଣ୍ଡପ ଠାରେ ସତ୍ୟବାଦୀ ବ୍ଲକ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସତ୍ୟବାଦୀର ପୂର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି, ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ହୋଇଛି। ଏହି ସଭାରେ ସତ୍ୟବାଦୀର ୩ଟି ଯୋନ ପାଇଁ ୩ଜଣ ସଭାପତି ୩୧ନଂ ପାଇଁ ଦେବ ଲୋଭାନ, ୩୨ନଂ ଯୋନ ପାଇଁ ତ୍ରିଲୋକ ମିଶ୍ର ଏବଂ ୩୩ନଂ ଯୋନ ପାଇଁ ଯୁଗ୍ମ ସଭାପତି ପ୍ରଭାକର ପ୍ରଧାନ ଏବଂ ଞ୍ଚଶରତ ମାଝୀ ଙ୍କୁ ଚୟନ କରାଗଲା। ଏହି ସଭାରେ ଶ୍ରୀ ପ୍ରଦୀପ ହରିଚନ୍ଦନ, ବିରେନ୍ଦ୍ର ଭୂଷଣ ହୋତା, ପୁଷ୍କର ମହାପାତ୍ର, ଦେବାଶିଷ ମିଶ୍ର ନୋମିନି କୃଷ୍ଣଚନ୍ଦ୍ର ବରାଳ, ସରପଞ୍ଚ ଶଙ୍କର ପ୍ରଧାନ, ସରପଞ୍ଚ ସୁବାଷ ମହାପାତ୍ର, ସତ୍ୟବାଦୀର ସମସ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ନୋମିନି ମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ସେବା ର ୧୦୦୦ରୁ ଉର୍ଦ୍ଧ କର୍ମୀମାନେ ଯୋଗଦେଇଥିଲେ ।